ନୟାଗଡ଼, (ବାଘୁଆବାର୍ତ୍ତା): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ଅନ୍ତିମ ପର୍ଯ୍ୟାୟ ଭୋଟ ଗଣତି ପକ୍ରିୟା ଓଡ଼ଗାଁ ବ୍ଲକ୍ ୪ନଂ ଜୋନରେ ଶାନ୍ତି ଶୃଙ୍ଖଳାର ସହ ଚାଲୁ ରହିଛି । ଏଠାରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବା ଜଣାପଡିଛି । ୪ନଂ ଜୋନର ବିଜେଡ଼ି ପ୍ରାର୍ଥିନୀ ସଂଯୁକ୍ତା ପଢିଆରୀ ଲଢୁଥିବା ବେଳେ ବିଜେପି ଦଳ ପକ୍ଷରୁ ପ୍ରତିମା ପ୍ରଧାନ ଜିଲ୍ଲା ପରିଷଦ ଆସନ ପାଇଁ ଲଢୁଛନ୍ତି । ଭୋଟ ଗଣତିର ପ୍ରତି ରାଉଣ୍ଡରେ କଡ଼ା ଲଢେଇ ହେଉଛି । ତେବେ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆସିଥିବା ଫଳାଫଳ ଅନୁସାରେ ବିଜେପି ପ୍ରାର୍ଥିନୀ ପ୍ରତିମା ପ୍ରଧାନ ୬୪୪୧ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କୁ କଡ଼ା ଟକ୍କର ଦେଇଛନ୍ତି ବିଜେଡ଼ି ପ୍ରାର୍ଥିନୀ ସଂଯୁକ୍ତା ପଢିଆରୀ । ବିଜେଡ଼ି ପ୍ରାର୍ଥିନୀ ୭୧୬୯ଖଣ୍ଡ ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥିନୀଙ୍କ ଠାରୁ ୭୨୮ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ବିଜେଡ଼ି ପ୍ରାର୍ଥିନୀ ସଂଯୁକ୍ତା । ଭୋଟ ଗଣତି ପକ୍ରିୟା ଚାଲୁ ରହିଛି ।





