Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

by ସଞ୍ଜୟ ସ୍ୱାଇଁ
June 12, 2026
in Nayagarh
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ
14
VIEWS
Share on FacebookShare on Twitter

  ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବାରମାସୀ ଲେନ୍ ରେ ଥିବା  ଜନ ଶିକ୍ଷଣ ସଂସ୍ଥାନ ଅନୁଷ୍ଠାନ ପରିସରରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ଦାସ, ସମ୍ମାନୀତ ଅତିଥି ଭାବେ ନୟାଗଡ ରୋଟାରୀ କ୍ଲବ ସମ୍ପାଦକ  ଅବିନାଶ ସାହୁ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାନର ନିର୍ଦେଶକ ମନୋଜ କୁମାର ସେଠି ସଭାପତିତ୍ଵ କରିଥିଲେ । ସଂସ୍ଥାନର କାର୍ଯ୍ୟକ୍ରମ ଅଧିକାରୀ ସନ୍ଧ୍ୟାରାଣୀ ସାହୁ ଏହି ଦିବସର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ, ସହ କାର୍ଯ୍ୟକ୍ରମ ଅଧିକାରୀ ସତ୍ୟନାରାୟଣ ମହାନ୍ତି, ପ୍ରଦୀପ୍ତ ରଞ୍ଜନ ପ୍ରଧାନ, ଶୁଭେନ୍ଦ୍ର କୁମାର ଦାସ, ହୃଦୟ ରଞ୍ଜନ ନାୟକ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କମ୍ପ୍ୟୁଟର ସହକାରୀ ବିଷ୍ଣୁ ପ୍ରସାଦ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ କାର୍ଯ୍ୟକ୍ରମ ଅଧିକାରୀ ଶୁଭେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଜନ ଶିକ୍ଷଣ ସଂସ୍ଥାନର ୫୦ରୁ ଅଧିକ  ତାଲିମ ନେଉଥିବା ହିତାଧିକାରୀ ମାନେ ଯୋଗଦେଇଥିଲେ | ଉପସ୍ଥିତ  ଅତିଥି ମାନେ ଶିଶୁ ଶ୍ରମିକକୁ ନା କହିବା ସହିତ  ପ୍ରତ୍ୟେକ ଶିଶୁକୁ ସ୍କୁଲ୍ ପଠାଇବା ଉପରେ ଆଲୋଚନା କରିଥିଲେ । ଗରିବୀ, ଅଶିକ୍ଷା ଏବଂ ସଚେତନତାର ଅଭାବ ଯୋଗୁଁ ଆଜି ଅନେକ ଶିଶୁ ନିଜର ଶୈଶବକୁ ହରାଉଛନ୍ତି। ଏହି ସମସ୍ୟାର ସମାଧାନ କେବଳ ସରକାରୀ ଆଇନ ଦ୍ୱାରା ସମ୍ଭବ ନୁହେଁ, ଏଥିପାଇଁ ଆମ ସମାଜର ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଓ ସଚେତନତା ଜରୁରୀ ବୋଲି ଉପସ୍ଥିତ ଅତିଥିମାନେ ମତ ବ୍ୟକ୍ତ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!