Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୁବରାଜ ସିଂହ ହେଲେ ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର

by ସଞ୍ଜୟ ସ୍ୱାଇଁ
April 26, 2024
in NATIONAL NEWS, Sports
ଯୁବରାଜ ସିଂହ ହେଲେ ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର
94
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଜୁନ ମାସରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର ଭାବେ ଆଜି ଆଇସିସି ଟିମ ଇଣ୍ଡିଆର କିମ୍ବଦନ୍ତୀ କ୍ରିକେଟର ଯୁବରାଜ ସିଂହଙ୍କୁ ନିଯୁକ୍ତ କରିଛି। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବାକୁ ଥିବା ବିଶ୍ୱକପକୁ ଆଉ ୩୬ ଦିନ ବାକି ଥିବା ବେଳେ ଆଇସିସି ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ୨୦୦୭ ଟି-୨୦ ବିଶ୍ୱକପର ପ୍ରଥମ ସଂସ୍କରଣ ଭାରତ ଜିତିଥିବା ବେଳେ ଯୁବରାଜ ୬ ବଲରେ ୬ ଛକା ମାରି ରେକର୍ଡ କରିଥିଲେ। ଏବେ ସେ ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତି ପାଇଥିବାରୁ ଆମେରିକାରେ ହେବାକୁ ଥିବା ପ୍ରମୋସନାଲ କାର୍ଯ୍ୟକ୍ରମରେ ଭାଗ ନେବେ। ଏଥିସହ ଜୁନ ୯ରେ ବହୁ ପ୍ରତିକ୍ଷୀତ ଭାରତ-ପାକିସ୍ତାନ ମ୍ୟାଚ୍‌ର ମଧ୍ୟ ସେ ପ୍ରମୋସନ କରିବେ। ଏପରି ନିଯୁକ୍ତି ପରେ ଯୁବରାଜ କହିଛନ୍ତି, “ଟି-୨୦ ବିଶ୍ୱକପର କିଛି ସ୍ମରଣୀୟ ମୁହୂର୍ତ୍ତ ମୋର ମନେ ପଡ଼ି ଯାଉଛି। ଏହା ମଧ୍ୟରେ ଗୋଟିଏ ଓଭରରେ ୬ ଛକା ରହିଛି। ଏବେ ଏହି ସଂସ୍କରଣର ଅଂଶିଦାର ହେବାକୁ ଉତ୍ସାହିତ। ଏହା ସବଠାରୁ ବଡ଼ ହେବ। ୱେଷ୍ଟଇଣ୍ଡିଜରେ କ୍ରିକେଟ ଖେଳିବା ବେଶ ଚମତ୍କାର। ବିଶ୍ୱକପ ମଧ୍ୟ ଆମେରିକାରେ ଅନୁଷ୍ଠିତ ହେବ। ଆମେରିକାରେ କ୍ରିକେଟ ପ୍ରବେଶ କରିବା ଗୋଟିଏ ଭଲ ଖବର। ଟି-୨୦ ବିଶ୍ୱକପ ଦ୍ୱାରା ଏହା ଆମେରିକାରେ ଆହୁରି ଆଦୃତ ହେବ। ନ୍ୟୁୟର୍କରେ ଭାରତ-ପାକିସ୍ତାନ ମୁକାବିଲା ଚଳିତ ବର୍ଷର ସବୁଠାରୁ ବଡ଼ କ୍ରୀଡ଼ା ପ୍ରତିଯୋଗିତା ହେବାକୁ ଯାଉଛି। ଏହାର ଅଂଶିଦାର ହେବା ସୌଭାଗ୍ୟର ବିଷୟ। କାରଣ ନୂଆ ଷ୍ଟାଡିୟମରେ ଦୁଇ ଶ୍ରେଷ୍ଠ ଦଳର ଲଢ଼େଇ ଦେଖିବାର ସୌଭାଗ୍ୟ ମିଳିବ।” ଏହା ପୂର୍ବରୁ ଆଇସିସି ବିଶ୍ୱର ଧ୍ରୁତତମ ଧାବକ ଉସେନ ବୋଲ୍ଟଙ୍କୁ ମଧ୍ୟ ଟି-୨୦ ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର କରିଥିଲେ। ଆସନ୍ତା ଜୁନ ୧ରୁ ୨୯ ତାରିଖ ଯାଏ ଇଣ୍ଡିଜ ଓ ଆମେରିକାରେ ଟି-୨୦ ବଶ୍ୱକପ ଆୟୋଜିତ ହେବ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!