Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାମ କରିବାକୁ ଯାଇ ବାଙ୍ଗାଲୋରରେ ନିଖୋଜ ଯୁବକ

by ସଞ୍ଜୟ ସ୍ୱାଇଁ
June 24, 2025
in Nayagarh
କାମ କରିବାକୁ ଯାଇ ବାଙ୍ଗାଲୋରରେ ନିଖୋଜ ଯୁବକ
395
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଦାଦନ ଖଟିବାକୁ ଯାଇ ବାଙ୍ଗାଲୋରୁ ଜଣେ ଯୁବକ ନିଖୋଜକୁ ନେଇ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି । ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ପରିବାର ଲୋକେ ପୁଲିସ ଓ ଶ୍ରମ ବିଭାଗ ସହାୟତା ଲୋଡ଼ିଛନ୍ତି । ଏନେଇ ଶରଣକୁଳ ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ହରିହରପୁର ପଞ୍ଚାୟତ ହରିହରପୁର ଗ୍ରାମର ଯୋଗି ପ୍ରଧାନଙ୍କ ପୁଅ କାହ୍ନୁ ଚରଣ ପ୍ରଧାନକୁ କର୍ଣ୍ଣାଟକ ରାଜ୍ୟ ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ କାମ କରିବାକୁ ଗତ ୬ ତାରିଖରେ ଗାଁରୁ ଯାଇଥିଲେ । ସେଠାରେ କିଛି ଦିନ କାମ କରିବା ପରେ କୈାଣସି କାରଣରୁ କାହ୍ନୁଙ୍କୁ ବାଙ୍ଗାଲୋର ଡାକି ନେଇଥିବା ପ୍ରିୟବ୍ରତ ସହ ତାର ଝଗଡା ଲାଗିଥିଲା । କାହ୍ନୁ ଆହତ ହୋଇଥିବାର ଭିଡିଓ ଯୋଗୀ ପ୍ରଧାନଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ôଚଥିଲା । କାହ୍ନୁଠାରୁ ତାର ବାପାମାଆ ଫୋନରେ ଘଟଣା ଶୁଣି ତାକୁ ବୁଝାସୁଝା କରିଥିଲେ । ଘଟଣା ପରେ କାହ୍ନୁକୁ ପ୍ରିୟବ୍ରତ ପାଖରେ ନରଖି ସେହି ଗ୍ରାମର ଶୁଭେନ ଜେନା ଓରଫ ରାକେଶଙ୍କ ପାଖରେ ଛାଡ଼ି ଦେଇଥିଲା । ଗତ ରବିବାର ସକାଳେ ଯୋଗୀ ପ୍ରଧାନଙ୍କ ପୁତୁରା ପାଖକୁ ରାକେଶ ଫୋନ କରି କହିଲା, କାହ୍ନୁ ଗାଁକୁ ଯିବାକୁ କହିବାରୁ ତାକୁ କିଛି ନଗଦ ଟଙ୍କା ଏବଂ ତାର ଫୋନ ପେକୁ କିଛି ପଠାଇ ରେଲଓ୍ୱେ ଷ୍ଟେସନ ଯିବାକୁ ଏକ ବସରେ ବସାଇ ଦେଇଥିବା କହିଥିଲେ । କାହ୍ନୁ ପାଖକୁ ଫୋନ କରିବାରେ କୈାଣସି ଉତ୍ତର ମିଳି ନଥିଲା । କାହ୍ନୁ ରାକେଶ ରୁମରେ ଫୋନ ଛାଡି ଦେଇ ଆସି ଥିବା ଅପରାହ୍ନରେ ସେଠାରୁ ଜାଣିବା ପରେ ପରିବାର ଲୋକଙ୍କ ମନରେ ସନ୍ଦେହ ଆସିଥିଲା । କାହ୍ନୁର ବାପା ମାଆ ପୁଅ ନିଖୋଜ ହୋଇଥିବା ଶରଣକୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!