ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଡ଼ପଣ୍ଡୁସର ପଞ୍ଚାୟତ ଯୁବ ବିଜେଡି ପକ୍ଷରୁ ଆଜି ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୃତ୍ୟୁଞ୍ଜୟପୁର, ଗେଡ଼ିପାଟଣା, ବଡ଼ପଣ୍ଡୁସର, ହରେକୃଷ୍ଣପୁର ଗ୍ରାମରେ ୫ ଶହ ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଛି । ଏଥିସହିତ କରୋନା ସଚେତନତା କରାଯାଇଛି । ସାମାଜିକ ଦୂରତା ଅବଲମ୍ବନ ଏବଂ ସାମାଜିକ କାର୍ଯ୍ୟଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଏହି କାର୍ଯକ୍ରମରେ ନୟାଗଡ଼ ବ୍ଲକ ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଜିଲ୍ଲା ସୋସିଆଲ ମିଡିଆ ସଂଯୋଜକ ମନୋଜ କୁମାର ନାୟକ, ପୂର୍ବତନ ସରପଞ୍ଚ ଅଶୋକ ପରିଡ଼ା, ଅଜୟ ପରିଡ଼ା, ରମେଶ କୁମାର ମଲ୍ଲ, ମୁନା ବଡ଼ପଣ୍ଡା ପ୍ରମୂଖ ଉପସ୍ଥିତ ରହିଥିଲେ ।






