ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବିଜୁ ଜନତା ଦଳକୁ ଆହୁରି ସକ୍ରିୟ ଏବଂ ଲୋକଙ୍କ ନିକଟତ୍ତର କରିବାକୁ ଜିଲ୍ଲା ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ସାହୁ, ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସମେତ ଖଣ୍ଡପଡ଼ା, ରଣପୁର ବିଧାୟକ ଏବଂ ସାଂସଦମାନେ ଅହରହ ସଂଗ୍ରାମ କରୁଥିବା ବେଳେ ଯୁବ ସଂଗଠନକୁ ମଜବୁତ କରିବା ନେଇ ପୁଣି ଥରେ ରମେଶ କୁମାର ସାହୁଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି । ଦାୟିତ୍ୱ ମିଳିବାର ଦୁଇ ଦିନ ମଧ୍ୟରେ ସାଂଗଠନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବା ଜିଲ୍ଲା ଯୁବ ବିଜେଡି ସଭାପତି ରମେଶ ଭାପୁର ଏବଂ ଓଡ଼ଗାଁ ସଂଗଠନ ପାଇଁ ଦାୟିତ୍ୱ ବଣ୍ଟନ କରିଛନ୍ତି । ଓଡ଼ଗାଁ ପାଇଁ ଅର୍ଜ୍ଜୁନ ସାହୁଙ୍କୁ ବ୍ଲକ ସଭାପତି ଭାବେ ଚୟନ କରିଥିବା ବେଳେ ଭାପୁର ବ୍ଲକ ସଭାପତି ଭାବେ ସୁଶାନ୍ତ କୁମାର ସାହୁଙ୍କୁ ଦାୟିତ୍ୱ ଦେଇଛନ୍ତି । ସେହିଭଳି ଭାବେ ଓଡ଼ଗାଁ ଏନ୍ଏସି ଯୁବ ସଭାପତି ଭାବେ ପ୍ରଭାତ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣାଯାଇଛି ।







