Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାଚୁଣୀରୁ ଯୁବକକୁ ଗିରଫ କଲା ସିବିଆଇ

by ସଞ୍ଜୟ ସ୍ୱାଇଁ
May 9, 2025
in Crime, State
ନାଚୁଣୀରୁ ଯୁବକକୁ ଗିରଫ କଲା ସିବିଆଇ
104
VIEWS
Share on FacebookShare on Twitter

ନାଚୁଣୀ, (ବାଘୁଆବାର୍ତ୍ତା): ସୋସିଆଲ୍ ମିଡିଆରେ ଜଣେ ନାବାଳିକାର ଅଶ୍ଳିଳ ଭିଡିଓ ଭାଇରାଲ୍ ଅଭିଯୋଗରେ ନାଚୁଣୀ ଥାନା ଅଞ୍ଚଳର ଜଣେ ଯୁବକକୁ ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଗିରଫ କରିଛି। ଏ ସଂକ୍ରାନ୍ତରେ ସିବିଆଇ ନିଜ ଆଡୁ ମାମଲା ରୁଜୁ କରିଥିଲା। ସିବିଆଇର ଦିଲ୍ଲୀ କାର୍ଯ୍ୟାଳୟର ଖୋଳତାଡ଼ ପରେ ଏହାର ଏକ ସ୍ବତନ୍ତ୍ର ଟିମ୍ ଅଭିଯୁକ୍ତକୁ ଆଜି ଗିରଫ କରିବାରେ ସକ୍ଷମ ହୋଇଛି। ସୂଚନାଯୋଗ୍ୟ, ଅଶ୍ଳିଳ ଭିଡିଓ ଭାଇରାଲ୍ କରିଥିବା ନେଇ ନାଚୁଣୀ ଥାନା ହରିଚନ୍ଦନପୁର ଗାଁର ଦୋଳଗୋବିନ୍ଦ ଜେନା ବିରୋଧରେ ସୂଚନା ସିବିଆଇ ପାଖରେ ପହଞ୍ଚିଥିଲା। ଦେଢ଼ ବର୍ଷ ତଳେ ଅଭିଯୁକ୍ତ ଦୋଳଗୋବିନ୍ଦ ଜଣେ ନାବାଳିକାର ଅଶ୍ଳୀଳ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଥିଲା। ଏହି ଭିଡିଓ ଦିଲ୍ଲୀ ସିବିଆଇର ଆଇଟି ସେଲ୍ର ନଜରକୁ ଆସିଥିଲା। ଏହାପରେ ଦିଲ୍ଲୀ ସିବିଆଇର ସ୍ପେସାଲ କ୍ରାଇମ୍ବ୍ରାଞ୍ଚ ଏହାକୁ ଗୁରୁତ୍ବକୁ ନେଇ ନିଜ ତରଫରୁ ଏକ ଏତଲା ରୁଜୁ କରି ତଦନ୍ତ ଚଳାଇଥିଲା। ସୂଚନା ଓ ପ୍ରଯୁକ୍ତିର ବିନିଯୋଗ କରି ତଦନ୍ତରଜାରି ରହିଥିଲା। ସମସ୍ତ ପ୍ରମାଣ ଆଧାରରେ ଦିଲ୍ଲୀରୁ ସିବିଆଇ ଅଧିକାରୀ ଶ୍ୱେତା ସିଂଙ୍କ ନେତୃତ୍ବରେ ଏକ ପାଞ୍ଚ ଜଣିଆ ଟିମ୍ ଆଜି ଅଚାନକ ଆସି ହରିଚନ୍ଦନପୁରରେ ପହଞ୍ଚିଥିଲେ। ଅଭିଯୁକ୍ତ ଦୋଳଗୋବିନ୍ଦର ଘରେ ପ୍ରଥମେ ଟିମ୍ ଚଢ଼ଉ କରିଥିଲା। କିନ୍ତୁ ତାକୁ ସେଠାରେ ନପାଇ ତାର ବାପା ରାଜୁ ଜେନାଙ୍କୁ ଧରି ପଚରାଉଚରା କରିଥିଲା। ତେବେ ଏହାକୁ ନେଇ ଅଟକ ବ୍ୟକ୍ତି ଓ ସିବିଆଇ ଅଧିକାରୀଙ୍କ ଭିତରେ ହାତାହାତି ଭଳି ପରିସ୍ଥିତି ଉପୁଜିଥିଲା। ଏହାର ସୁଯୋଗ ନେଇ ଦୋଳଗୋବିନ୍ଦ ସେଠାରୁ ଫେରାର ହୋଇଯାଇଥିଲା। ଦୋଳଗୋବିନ୍ଦ ଭିଣୋଇ ଟୁକୁନା ସାମନ୍ତସିଂହାରଙ୍କ ଖଜୁରିଆ ଘରେ ଲୁଚିଥିବା ଜଣାପଡ଼ିବା ପରେ ସେଠାରୁ ଦୋଳଗୋବିନ୍ଦକୁ କାବୁ କରିବାରେ ସକ୍ଷମ ହୋଇଥିଲା ସିବିଆଇ ଟିମ୍। ଏହାପରେ ତାକୁ ନାଚୁଣୀ ଥାନାକୁ ହସ୍ତାନ୍ତର କରାଯାଇଥିଲା। ଆଇଟି ଓ ପୋକ୍ସୋ ମାମଲାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏହାପରେ ତାକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ ଜାରି ରହିବ ବୋଲି ସିବିଆଇର ଏହି ସ୍ବତନ୍ତ୍ର ଟିମ୍ ପକ୍ଷରୁ କୁହାଯାଇଛି। ତେବେ ତଦନ୍ତରେ ସମସ୍ୟା ସୃଷ୍ଟି କରିବା ଆଶଙ୍କା ଦୃଷ୍ଟିରୁ ଏ ବାବଦରେ ଅଧିକ ସୂଚନା ପ୍ରଦାନ ଲାଗି ସିବିଆଇ ଅଧିକାରୀ ଶ୍ୱେତା ସିଂ ମନା କରିଦେଇଥିଲେ। ସୂଚନାଯୋଗ୍ୟ ଯେ ନିକଟରେ ସିବିଆଇ ‘ଅପରେସନ ହକ୍’ ମାଧ୍ୟମରେ ବଡ଼ଧରଣ ଅପରେସନ୍ କରିଥିଲା। ସିବିଆଇ ମାଙ୍ଗାଲୋର ଓ ମୁମ୍ବାଇରେ ମଧ୍ୟ ଅନ୍ଲାଇନ୍ରେ ନାବାଳିକା ଯୌନ ଶୋଷଣ ମାମଲା ରୁଜୁ କରିବା ସହ ଚଢ଼ଉ କରିଥିଲା।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!