ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଜୁନ୍ ୨୧ରେ ଦେଶ ଯୋଗ ଦିବସ ପାଳନ କରୁଥିବା ବେଳେ ଏକ ହଟକେ୍ ଫଟୋ ବର୍ତ୍ତମାନ ବେସ୍ ଭାଇରାଲ ହେବାରେ ଲାଗିଛି । ଯୋଗ ପୋଜରେ ଫଟୋଟି ଭାଇରାଲ ହୋଇଛି । ତେବେ ଏହି ଭାଇରାଲ ଫଟୋ ଆଉ କାହାର ନୁହେଁ ଖୋଦ୍ ଜଣେ ଓଲିଉଡ୍ ଅଭିନେତ୍ରୀ କରୀନା କପୁର । କରୀନା କପୁରଙ୍କ ଏଭଳି ପୋଷ୍ଟକୁ ନେଇ ଚର୍ଚ୍ଚା ଯୋର ଧରିଛି । ସେ ଏଭଳି ଫଟୋ ପୋଷ୍ଟ କରିଛନ୍ତି ଯାହାକି ସମସ୍ତଙ୍କୁ ପଛରେ ପକାଇଛି । କରୀନା ବିକିନିରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯାହା ତାଙ୍କ ଫିଟନେଓକୁ ଦର୍ଶାଉଛି । ଯୋଗ ଦିବସ ଅବସରରେ କରୀନା କପୁର ଖାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଷ୍ଟୋରୀରେ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ବିକିନିରେ ସମୁଦ୍ର କୂଳରେ ଯୋଗ ପୋଜ୍ କରୁଥିବା ନଜର ଆସିଛି । କରୀନାଙ୍କ ପ୍ରଥମ ଗର୍ଭଧାରଣ ପରେ ସେ ତାଙ୍କର ପରିବର୍ତ୍ତନ ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଗର୍ଭଧାରଣ ଏବଂ ପ୍ରସବ କରିବାର ଅଳ୍ପ ସମୟରେ ପରେ ସେ ଫିଲ୍ମ ‘ଭୀରେ ଦ ୱେଡିଂ’ରେ ଅଭିନୟ କରିଥରଲେ । ଆଜି ଯୋଗ ଦିବସରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋ ଗୁଡିକୁ ପଛରେ ପକାଇଛି କରୀନାଙ୍କ ଯୋଗ ପୋଜର ହକକେ ଫଟୋ ।





