ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଓଡ଼ିଶା ଦେଖିଲା ପ୍ରଥମ ବିଶ୍ୱ ଦକ୍ଷତା କେନ୍ଦ୍ର । ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ଜିଆଇଏଫଟିଏସ ଦକ୍ଷିଣ କୋରିଆ ମଡେଲରେ ନିର୍ମିତ ହୋଇଛି । ଏହା ଭୁବନେଶ୍ୱର ଶିଳ୍ପାଞ୍ଚଳରେ ପ୍ରତିଷ୍ଠା କରାଯାଇଛି । ଏହାକୁ ଆଜି ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହାଦ୍ୱରା ସର୍ବଭାରତୀୟ ସ୍ତରରେ ନିଯୁକ୍ତି ସୃଷ୍ଟି ହେବ । ଯୁବକ-ଯୁବତୀମାନଙ୍କୁ ଆଗୁଆ ଦକ୍ଷତା ତାଲିମ ପ୍ରଦାନ କରିବାରେ ସହାୟକ ହେବ । ବିଶ୍ୱ ସ୍ତରରୀୟ ପ୍ରତିଯୋଗୀତା ପାଇଁ ଏଠାରେ ଦକ୍ଷତା ପ୍ରଦାନ କରାଯିବ । ୧୩୪୨କୋଟି ଟଙ୍କା ଅନୁଦାନରେ ନିର୍ମିତ ହୋଇଛି ବିଶ୍ୱ ଦକ୍ଷତା କେନ୍ଦ୍ର । ଓଡ଼ିଶା ସ୍କିଲ ଡେଭେଲମେଣ୍ଟ ପ୍ରୋଜେକ୍ଟ ଅଧିନରେ ନିର୍ମିତ ହୋଇଛି । ରାଜ୍ୟ ସ୍କିଲ ଭିଜନ-୨୦୩୦ ସୃଷ୍ଟି କରିବ ଦକ୍ଷତା କେନ୍ଦ୍ର । ଉକ୍ତ ଉଦଘାଟନୀ ସମାରୋହରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ଓଡ଼ିଶା ଦକ୍ଷତା ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ ପ୍ରମୁଖ ଉପସ୍ଥିତ ଥିଲେ ।