Tuesday, July 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶ୍ୱ ରେକର୍ଡ କରିବାର ନିଶା, ସମୁଦ୍ର ଭିତରେ ୧୦୦ଦିନ

by ସଞ୍ଜୟ ସ୍ୱାଇଁ
June 13, 2023
in WORLD
ବିଶ୍ୱ ରେକର୍ଡ କରିବାର ନିଶା, ସମୁଦ୍ର ଭିତରେ ୧୦୦ଦିନ
54
VIEWS
Share on FacebookShare on Twitter

ଆମେରିକା, (ବାଘୁଆବାର୍ତ୍ତା): ବିଶ୍ୱ ରେକର୍ଡ କରିବାର ନିଶା । ସମୁଦ୍ର ଭିତରେ ଲଗାତାର ୧୦୦ ଦିନ ରହି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି ଆମେରିକା ଫ୍ଲୋରିଡାର ଜଣେ ବ୍ୟକ୍ତି । ଯେଉଁଠି ମଣିଷ ପାଣିରେ ୫ରୁ ୧୦ ମିନିଟ୍ ପହଁରି ଥକିଯାଇଥାଏ । ସେଠାରେ ଜଣେ ବ୍ୟକ୍ତି ୧୦୦ଦିନ ସମୁଦ୍ର ଭିତରେ ସମୟ ବିତାଇଛନ୍ତି । ଆମେରିକାର ନୌସେନାର ପୂର୍ବତ୍ତନ ଅଧିକାରୀ ତଥା ନୌସେନାର ପୂର୍ବତ୍ତନ ସି-ଡାଇଭର ଜୋସେଫ୍ ଡିଟୁରୀ ଏହି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ମାର୍ଚ୍ଚ ୧ତାରିଖରୁ ଫ୍ଲୋରିଡାର ଲାର୍ଗୀ ସିଟିରେ ଥିବା ସମୁଦ୍ରରେ ରହିବାର ନିଷ୍ପତ୍ତି ନେଇଥିଲେ । ଯେତେବେଳେ ଏହି ଯାତ୍ରା ଆରମ୍ଭ କରିଥିଲେ ଜୋସେଫ୍, ସେତେବେଳେ ସୁମୁଦ୍ରରେ ୧୦ ଦିନ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏବଂ ତାଙ୍କ ନିଷ୍ପତ୍ତି ଅନୁସାରେ ୧୦ଦିନ ସମୁଦ୍ର ଭିତରେ ରହିଥିଲେ ମଧ୍ୟ । ପରେ ୧୦୦ ଦିନ ରହିବାର ନିଷ୍ପତ୍ତି ନେଇଥିଲେ । ଆଉ ତାକୁ ପୂରା କରି ଦେଖାଇଥିଲେ । ତେବେ ଜୋସେଫ୍ ସମୁଦ୍ର ଭିତରେ ୧୦୦ଦିନ ବିତାଇବା ପରେ ତାଙ୍କର ଉଚ୍ଚତା ମପାଯାଇଥିଲା । ଆଉ ଜଣାପଡିଥିଲା ତାଙ୍କର ଉଚ୍ଚତା କମିଯାଇଛି । ପାଣିରେ ରହିବା କାରଣରୁ ତାଙ୍କର ଚର୍ମ ମଧ୍ୟ ଢିଲା ପଡିଯାଇଥିଲା । ତଥାବି ସେ ସୁସ୍ଥ ଥିଲେ ଏବଂ ବିଶ୍ୱ ରେକର୍ଡ କରିବାରେ ସଫଳ ହୋଇଥିଲେ । ପୂର୍ବରୁ ଜଣେ ବ୍ୟକ୍ତି ସମୁଦ୍ର ଭିତରେ ୭୩ଦିନ ବିତାଇ ବିଶ୍ୱ ରେକର୍ଡ କରିଥିଲେ । ଏବେ ତାଙ୍କର ରେକର୍ଡ କାଟି ଜୋସେଫ୍ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ତେବେ ଜୋସେଫ୍ ଡିଟୁରୀ ଜଣେ ପ୍ରଫେସର ମଧ୍ୟ ଅଟନ୍ତି, ସେ ପରୀକ୍ଷା କରିବାକୁ ଚାହୁଁଥିଲେ କି, ମଣିଷ ଲମ୍ବା ସମୟ ଯାଏଁ ପାଣିରେ ରହିଲେ ମଣିଷ ଶରୀର ଉପରେ କଣ ପ୍ରଭାବ ପଡିଥାଏ । ମଣିଷର ବଞ୍ଚିବାର ସମୟ ସୀମା କମିଥାଏ କି? ଏହା ଜାଣିବା ପାଇଁ ପ୍ରଫେସର ତଥା ପୂର୍ବତ୍ତନ ନୌସେନା ଅଫିସର୍ ଏପରି ପରୀକ୍ଷା କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!