Saturday, April 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ

by ସଞ୍ଜୟ ସ୍ୱାଇଁ
May 28, 2025
in State
ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ
32
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଯୁଗ ସହ ବଦଳୁଛି ମହିଳାଙ୍କ ଋତୁସ୍ରାବକୁ ନେଇ ବିଭିନ୍ନ ପ୍ରଥା ଓ ଅଭ୍ୟାସ। ସ୍ୱଚ୍ଛତା ଦିଗରେ ନିରନ୍ତର ପ୍ରୟାସ ଓ ପଦକ୍ଷେପ ପରେ ମହିଳାମାନେ ସଚେତନ ହେଲେଣି । ଧୀରେ ଧୀରେ କପଡ଼ା ଛାଡ଼ି ସାନିଟାରୀ ପ୍ୟାଡ୍ ଆପଣାଇଥିବା ବେଳେ ଏବେ ପୁନଃବ୍ୟବହାର ଉପଯୋଗୀ ପିରିୟଡ୍ ଉପକରଣ ବ୍ୟବହାର ଦିଗରେ ପ୍ରଯତ୍ନ ହେଉଛନ୍ତି । ତେଣୁ ପିରିୟଡ୍ ପ୍ୟାଣ୍ଟି, ମେନ୍ଷ୍ଟ୍ରୁଆଲ୍ କପ୍ ଭଳି ପରିବେଶ ଅନୁକୂଳ ଉପକରଣର ଚାହିଦା ବଢ଼ୁଛି । ବିଶେଷକରି ସହରୀ ମହିଳା ଓ ଯୁବତୀମାନେ ସାଧାରଣ ସାନିଟାରୀ ପ୍ୟାଡ୍ ବଦଳରେ ଏସବୁ ଆଧୁନିକ ତଥା ପରିବେଶ ଉପଯୋଗୀ ଉପକରଣ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏ କ୍ଷେତ୍ରରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଚଳିତବର୍ଷ ମେ ୨୮ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ ଅବସରରେ ଏଥିପ୍ରତି ଗୁରୁତ୍ୱ ଦିଆଯାଉଛି। ତଥ୍ୟ ଅନୁସାରେ, ଦେଶରେ ପ୍ରତିବର୍ଷ ପ୍ରାୟ ୧୨ ହଜାର ଟନ୍ ପ୍ଲାଷ୍ଟିକ୍ ସାନିଟାରୀ ବର୍ଜ୍ୟ ଉତ୍ପନ୍ନ ହେଉଛି। ଯାହା ପରିବେଶକୁ ପ୍ରଦୂଷିତ କରିଥାଏ। ଓଡ଼ିଶାର ଜନସଂଖ୍ୟା ଦୃଷ୍ଟିରୁ ମାସିକ ପ୍ରାୟ ୩୦୦ରୁ ୪୦୦ ଟନ୍ ବର୍ଜ୍ୟ ସୃଷ୍ଟି ହେଉଛି। ଜଣେ ସାନିଟାରୀ ପ୍ଲାଷ୍ଟିକ୍ ପ୍ୟାଡ୍ ବ୍ୟବହାରକାରୀ ମହିଳା ନିଜ ଜୀବନକାଳରେ ହାରାହାରି ୮ରୁ ୧୦ ହଜାର ପ୍ୟାଡ୍ ବ୍ୟବହାର କରିଥାନ୍ତି। ଯାହା ୧୦୦ରୁ ୨୦୦ କେଜି ପ୍ଲାଷ୍ଟିକ ବର୍ଜ୍ୟ ପରିବେଶକୁ ଦେଇଥାଏ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା, ବିଶ୍ୱର ସମୁଦାୟ ବାୟୋମେଡିକାଲ ଆବର୍ଜନାର ପ୍ରାୟ ୬୦ ପ୍ରତିଶତ ହେଉଛି କେବଳ ସାନିଟାରୀ ବର୍ଜ୍ୟ। ଏହା ପରିବେଶ ପ୍ରଦୂଷଣ ଦିଗରେ ଏକ ପ୍ରମୁଖ କାରଣ ହୋଇଥିବା ବେଳେ ପୁନଃବ୍ୟବହାର ଯୋଗ୍ୟ ଋତୁସ୍ରାବ ଉପକରଣ ଏହାର ଏକ ସମାଧାନ ବୋଲି କୁହାଯାଉଛି। ଏହା ବର୍ଜ୍ୟକୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରେ । ଅପରପକ୍ଷେ ସାନିଟାରୀ ପ୍ୟାଡ୍ କେବଳ ପରିବେଶ ପାଇଁ ନୁହେଁ, ଜୀବଜନ୍ତୁ, ସଫେଇ କର୍ମଚାରୀ ଏବଂ ଆବର୍ଜନା ସଂଗ୍ରହକାରୀଙ୍କ ପାଇଁ ମଧ୍ୟ କ୍ଷତିକାରକ। ନିୟମାନୁସାରେ ସାନିଟାରୀ ପ୍ୟାଡ୍କୁ ବ୍ୟବହାର ପରେ କାଗଜରେ ଗୁଡ଼ାଇ ନାଲି ବିନ୍ଦୁ (ରେଡ୍ ଡଟ୍) ଚିହ୍ନ ସହ ଡଷ୍ଟବିନରେ ଫିଙ୍ଗିବା କଥା । କିନ୍ତୁ ସାଧାରଣତଃ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ସିଧା ସଳଖ ପ୍ୟାଡ୍ ଫିଙ୍ଗିବା ଦ୍ୱାରା ଏଥିରୁ ସୃଷ୍ଟ ବ୍ୟାକ୍ଟେରିଆ ବାୟୁମଣ୍ଡଳ ସମେତ ପଶୁ ପକ୍ଷୀ, ଜୀବଜନ୍ତୁ ଏବଂ ଆବର୍ଜନା ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ସଂକ୍ରମିତ କରିପାରେ । କିନ୍ତୁ ବଜାରରେ ମିଳୁଥିବା ପୁନଃବ୍ୟବହାର ଯୋଗ୍ୟ ପ୍ୟାଡ୍, ପିରିୟଡ୍ ପ୍ୟାଣ୍ଟି ତଥା ଟ୍ୟାମ୍ପନ ଏହାର ଏକ ବିକଳ୍ପ ସମାଧାନ । ପ୍ରାୟ ୧୫୦ ଟଙ୍କାରେ ପୁନଃବ୍ୟବହାର ଯୋଗ୍ୟ ସାନିଟାରୀ ପ୍ୟାଡ୍ ଏବଂ ୫୦୦ରୁ ୭୦୦ ଟଙ୍କାରେ ପିରିୟଡ୍ ପ୍ୟାଣ୍ଟି ବଜାରରେ ମିଳୁଛି । ଯାହା ପ୍ରାୟ ୧୨୦ ଥର ପର୍ଯ୍ୟନ୍ତ ବ୍ୟବହାର କରିହେବ । ସେହିପରି ମେନଷ୍ଟ୍ରୁଆଲ୍ କପ୍ ବି ଏକ ଦୀର୍ଘ ସ୍ଥାୟୀ ସମାଧାନ । ବିଭିନ୍ନ ବ୍ରାଣ୍ଡରେ ଏହା ୨୫୦ରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ । କ୍ୟାପିଟାଲ୍ ହସ୍ପିଟାଲର ଡାକ୍ତର ତଥା ପିଜିଆଇଏମଇଆର୍ ଆସିଷ୍ଟାଣ୍ଟ ପ୍ରଫେସର ସମ୍ବେଦନା ପାଣିଗ୍ରାହୀ କୁହନ୍ତି, ବ୍ୟବହୃତ ସାନିଟାରୀ ପ୍ୟାଡ୍କୁ ପରିବା ଚୋପା କିମ୍ବା ଅନ୍ୟ ସାଧାରଣ ଆବର୍ଜନା ସହ ମିଶାଇ ଫିଙ୍ଗିବା ଉଚିତ୍ ନୁହେଁ । ଏହା ପ୍ରଦୂଷଣ ତଥା ସଂକ୍ରମଣ ବଢାଇଥାଏ । ପିରିୟଡ୍ ପ୍ୟାଣ୍ଟି, ମେନଷ୍ଟ୍ରୁଆଲ୍ କପ୍ ଏ ଦିଗରେ ଏକ ଭଲ ବିକଳ୍ପ । କିନ୍ତୁ ଯାହା ବି ବ୍ୟବହାର କରନ୍ତୁ, ଏହାର ଡିସପୋଜାଲ୍ ପ୍ରକ୍ରିୟା ଉପରେ ଲୋକ ଅଧିକ ସଚେତନ ହେବା ଆବଶ୍ୟକ । ଅନ୍ୟ ମେଟ୍ରୋ ସିଟି ଭଳି ଆମ ରାଜ୍ୟର ସହରଗୁଡ଼ିକର ବିମାନ ବନ୍ଦର, ଷ୍ଟେସନ, ବସଷ୍ଟାଣ୍ଡ୍ ଆଦି ସର୍ବସାଧାରଣ ସ୍ଥାନରେ ସାନିଟାରୀ ଡିସପୋଜାଲ୍ ବ୍ୟବସ୍ଥା ରହିବା ଆବଶ୍ୟକ ।

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026
ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!