Wednesday, November 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଜି ବିଶ୍ୱ ହାସ୍ୟ ଦିବସ

by ସଞ୍ଜୟ ସ୍ୱାଇଁ
May 7, 2023
in WORLD
ଆଜି ବିଶ୍ୱ ହାସ୍ୟ ଦିବସ
50
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଜି ବିଶ୍ୱ ହାସ୍ୟ ଦିବସ । ହେଲେ ଆଜିକାର ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ଖୋଲା ହସ ଟିକେ ହସିବାକୁ ଯେପରି ଭୁଲିଗଲୁଣି । ହେଲେ ଏହାକୁ ସ୍ମରଣ କରାଇଦେବାକୁ ପ୍ରତି ବର୍ଷ ମେ ମାସର ପ୍ରଥମ ରବିବାରରେ ଏହି ଦିବସକୁ ପାଳନ କରାଯାଉଛିଏବଂ ଉଭୟ ମନ ଓ ଶରୀର ସୁସ୍ଥ ରଖିବା ପାଇଁ ହସିବାକୁ ପ୍ରୋତ୍ସାହିତ କରାଯାଉଛି । ସମଗ୍ର ବିଶ୍ୱରେ ଏହି ଦିନକୁ ମେ ମାସର ପ୍ରଥମ ସୋମାବାରରେ ପାଳନ କରାଯାଉଛି । ଭାରତରେ ଏହି ଦିବସକୁ ପ୍ରଥମେ ମୁମ୍ବାଇରେ ୧୯୯୮ରେ ଆରମ୍ଭ କରାଯାଇଥିଲା । ସେହି ବର୍ଷଠୁ ଦେଶରେ ମଧ୍ୟ ଏହି ଦିବସକୁ ପାଳନ କରାଯାଉଛି । ଜାତିସଂଘର ‘ସଷ୍ଟେନେବେଲ ଡେଭଲପମେଣ୍ଟସଲ୍ୟୁସନ୍ ନେଟୱାର୍କ’ ଦ୍ୱାରା ଜାରି କରାଯାଇଥିବା ‘ୱାର୍ଲ୍ଡ ହାପିନେସ୍ ରିପୋର୍ଟ’ରେ ୨୦୨୩ ୧୩୭ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୨୫ରେ ରହିଛି । ଏହି ରିପୋର୍ଟ ଡାଟା ଆଧାରରେ ପ୍ରସ୍ତୁତ କରାଯାଏ । ଏଥିପାଇଁ ପ୍ରତି ଦେଶର ଲୋକଙ୍କୁ କିଛି ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚରାଯାଏ । ଉତ୍ତର ଆଧାରରେ ହିଁ ‘ହାପିନେସ୍ ଇଣ୍ଡେକ୍ସ’ ପ୍ରସ୍ତୁତ କରାଯାଏ । ହେଲେ କ୍ଷୋଭର ବିଷୟ ଆଜିକାଲି ଏକ ଐଶ୍ୱର‌୍ୟ୍ୟମୟ ଜୀବନ ବଞ୍ଚିବା ଆଶାରେ ଜୀବନକୁ ବିଷାଦ ଆଡକୁ ଟାଣିନେଉଛନ୍ତି । ପ୍ରତିଯୋଗୀତା ମୂଳକ ସମାଜରେ ବଞ୍ଚିବାକୁ ସଂଘର୍ଷ କରିବା ଭିତରେ ମନଖୋଲା ହସ ହସିବା ଭୁଲିଗଲେଣି ଯୁବ ସମାଜ । ବିଶେଷ କରି ଏହାର ପ୍ରଭାବ ଭାରତୀୟ ଯୁବକ ସମାଜ ଉପରେ ଅଧିକ ପଡୁଥିବାର ଲକ୍ଷ୍ୟ କରାଯାଉଛି । ଆଜିକାର ଯୁବକ ଯୁବତୀ ନିଜ ପ୍ରିୟଜନଙ୍କ ସହ ସମୟ ବିତାଇ ହସିବାଠାରୁ ସୋସିଆଲ ମିଡିଆରେ ଅଧିକ ସମୟ ଅତିବାହିତ କରୁଥିବା ଲକ୍ଷ୍ୟ କରାଯାଉଛି । ଯାହା ପରୋକ୍ଷରେ ସେମାନଙ୍କ ପାଇଁ ମାନସିକ ବିଷାଦର କାରଣ ହେଉଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି । ହେଲେ ଆମକୁ ବୁଝିବାକୁ ପଡିବ ହସ କେବଳ ଏକ ପ୍ରତିକ୍ରିୟା ନୁହେଁ ବରଂ ଏକ ଶାରିରୀକ ଓ ମାନସିକ ଯୋଗ । ବୈଜ୍ଞାନିକ ସମ୍ମତରେ ହସିବା ଦ୍ୱାରା ମୁହଁର କୋଷିକା ଗୁଡିକ ସକ୍ରିୟ ହୁଅନ୍ତି । ଫଳରେ ମୁହଁରେ ଏତେଶୀଘ୍ର କୁଞ୍ଚଞ୍ଚନ ସୃଷ୍ଟି ହୁଏ ନାହିଁ । ଏହାସହ ପେଟ, ଫୁସଫୁସ ଓ ଲିଭରର ମଧ୍ୟ ବ୍ୟାୟାମ ହୁଏ । ହସ ମଣିଷର ମାନସିକ ଚାପକୁ ଲାଘବ କରେ । ମଣିଷ ଉଚ୍ଚ ରକ୍ତଚାପ ସମସ୍ୟାରୁ ଦୂରେଇ ରହେ । ସର୍ବୋପରି ହସିବା ଦ୍ୱାରା ମଣିଷ ମଧ୍ୟରେ ସକାରାତ୍ମକ ଭାବନା ଆସିବା ସହ ଆତ୍ମବିଶ୍ୱାସ ଜାଗ୍ରତ ହୁଏ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!