ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ନୟାଗଡ଼ରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ନୟାଗଡ଼ ଜିଲ୍ଳା ରେଡକ୍ରସ ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସକାଳୁ ଏକ ଶୋଭାଯାତ୍ରା ବାହାରିଥିଲା । ଏହି ଅବସର ରେ ଜିଲ୍ଲା ପାଳଙ୍କ କାର୍ୟ୍ୟାଳୟ ପରିସର ରୁ କର୍ମଚାରୀ, ରେଡକ୍ରସ ସଭ୍ୟ, ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଂକୁ ନେଇ ଏକ ଶୋଭା ଯାତ୍ରା ବ୍ଲକସଭାଗୃହ ପର୍ୟ୍ୟନ୍ତ ଆସିଥିଲା । ଏହି ଶୋଭାଯାତ୍ରା ଡେପୁଟି କଲେକ୍ଟର ତପତିରାଜ ପତାକା ଦେଖାଇ ଉଦଘାଟନ କରିଥିଲେ ।

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସର ରେ ବ୍ଲକ ସଭାଗୃହ ଠାରେ ମୁଖ୍ୟ ଅତିଥି ରୂପେ, ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲାପାଳ ରୋଜିନା ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନାତନ କାଲୋ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଅଧିକାରୀ, ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ଅଧିକାରୀ, ଯୋଗଦେଇ ସ୍ୱାସ୍ଥ୍ୟ ହିଁ ସମ୍ପଦ, ଉତ୍ତମ ସ୍ୱାସ୍ଥ୍ୟ ବିନା ଜୀବନ ର ମୂଲ୍ୟ କିଛି ନାହିଁ, ତେଣୁ ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ନିତାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିବର୍ଷ ଏପ୍ରିଲ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରି ଆସୁଥିବା ବେଳେ ଏହା ୧୯୪୮ମସିହା ରୁ ପାଳନ କରାଯାଇ ଆସୁଅଛି । ଏହି ଦିନ ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅଭିଯାନ ମାଧ୍ୟମ ରେ ଲୋକ ମାନଙ୍କୁ ଓ ସମାଜକୁ ବାର୍ତା ପ୍ରେରଣ କରିଥାନ୍ତି ବୋଲି ବକ୍ତବ୍ୟ ମାଧ୍ୟମ ରେ ମଞ୍ଚାସୀନ ଅତିଥି ମାନେ ବକ୍ତବ୍ୟ ରଖିଥିଲେ । ଡେପୁଟି କଲେକ୍ଟର ତପତି ରାଜ ମଞ୍ଚ ପରିଚାଳନା କରିଥିବାବେଳେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ ।





