ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ୱାଇଲ୍ଡ ଲାଇଫ ଡିଭିଜନ ତରଫରୁ ସାତଭଉଣୀ ଠାରେ ବିଶ୍ଵ ବନ ଦିବସ ପାଳିତ ହୋଇଚି । ଏହି ଅବସର ରେ ସାତଭଉଣୀଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଚି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୌଭାଗ୍ୟ କୁମାର ସାହୁ , ଜିଲ୍ଲା ଶିକ୍ଷାଧିକାରୀ ରାଜେନ୍ଦ୍ର ନାୟକ , ଅତିରିକ୍ତ ଜିଲ୍ଲା କଞ୍ଜର୍ଭେଟର ମଧୁସ୍ମିତା ଦାସ ଙ୍କ ସହ ରେଞ୍ଜର ପିତାମ୍ବର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସର ରେ 5 ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ପରିବେଶ ସମ୍ବନ୍ଧୀୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା । କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା ।
ଛାତ୍ର ଛାତ୍ରୀ ଙ୍କ ସହ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସାମିଲ କରାଯାଇଥିଲା । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ 21 ତାରିଖ କୁ ବିଶ୍ଵ ବନ ଦିବସ ଭାବେ ପାଳନ ହୋଇଚି । ଏହି ଅବସର ରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ପରିବେଶ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା ଦିଗ ରେ ସଚେତନ କରାଯାଇଛି । ପରିବେଶ ସୁରକ୍ଷା ଦିଗ ରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ଗୋଟିଏ ଲେଖାଏଁ ଗଛ ଲଗାଇବା ପାଇଁ ଆହ୍ୱାନ ଦିଆଯାଇଛି । ତେବେ ପରିବେଶ ସୁରକ୍ଷା ଦିଗ ରେ ଶିକ୍ଷା ବିଭାଗ ମଧ୍ୟ ଆର୍ଥିକ ଅନୁଦାନ ପ୍ରଦାନ କରାଯାଉଥିବା କହିଚନ୍ତି ଜିଲ୍ଲା ଶିକ୍ଷାଧିକାରୀ । ବିଦ୍ୟାଳୟ ଗୁଡ଼ିକ ରେ ବୃକ୍ଷ ରୋପଣ ପାଇଁ ପ୍ରୋତ୍ସାହିତ କରାଯାଉଛି । ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ବୃକ୍ଷ ରୋପଣ ପାଇଁ ଶିକ୍ଷା ବିଭାଗ ସଚେତନ କରୁଛି । ଜିଲ୍ଲା ବନାଞ୍ଚଲ୍ ବନଖଣ୍ଡ ଅଧିକାରୀ କହିଚନ୍ତି ଯେ ବିଶ୍ଵ ତପାୟନ୍ ରୋକିବା ପାଇଁ ପରିବେଶ ସହ ବୃକ୍ଷ ସୁରକ୍ଷା ଓ ବୃକ୍ଷ ରୋପଣ ର ନିହାତି ଆବଶ୍ୟକ । ଏଥର ର ଥିମ୍ ରହିଛି ଜଙ୍ଗଲ ଓ ଖାଦ୍ୟ । ସଚେତନତା ଠିକ୍ ଭାବେ କାର୍ଯ୍ୟକାରୀ ହେବା ନିହାତି ଆବଶ୍ୟକ ରହିଛି ।