Friday, October 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରକାରଙ୍କ ବଡ଼ ନିଷ୍ପତ୍ତି:ମୃତ ସରକାରୀ କର୍ମଚାରୀଙ୍କ ବିବାହିତା ଝିଅଙ୍କୁ ଦିଆଯିବ ନିଯୁକ୍ତି

by ସଞ୍ଜୟ ସ୍ୱାଇଁ
November 11, 2021
in Breaking, State
ସରକାରଙ୍କ ବଡ଼ ନିଷ୍ପତ୍ତି:ମୃତ ସରକାରୀ କର୍ମଚାରୀଙ୍କ ବିବାହିତା ଝିଅଙ୍କୁ ଦିଆଯିବ ନିଯୁକ୍ତି

Employees at work at the Zerodha Commodities Pvt. office in Begaluru, India, on Tuesday, April 30, 2019. Photographer: Karen Dias/Bloomberg

499
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ମୃତ ସରକାରୀ କର୍ମଚାରୀଙ୍କ ବିବାହିତା ଝିଅକୁ ମିଳିବ ଚାକିରୀ । ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର । ମୃତ ଅଭିଭାବକଙ୍କ କୋଟାରେ ସମ୍ପୃକ୍ତ ବିଭାଗରେ ବିବାହିତ ଝିଅଙ୍କୁ ଥଇଥାନ କରାଯିବ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପର୍ସନାଲ ଡିପାର୍ଟମେଣ୍ଟ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ଯୋଗୀ ସରକାର ମୋହର ମାରିଛନ୍ତି। ଅଦ୍ୟାବଧି ମୃତ ସରକାରୀ କର୍ମଚାରୀଙ୍କ ଅବିବାହିତ ବା ବିବାହିତ ପୁଅକୁ କୋଟାରେ ଚାକରି ପ୍ରଦାନ କରାଯାଉଥିଲା । ତେବେ ବିବାହିତ ଝିଅଙ୍କ ପାଇଁ ଏହି ବ୍ୟବସ୍ଥା ନଥିବାରୁ ସେମାନେ ଏହି ସୁବିଧାରୁ ବଞ୍ଚିତ ହୋଇଥିଲେ । ଅନେକ କ୍ଷେତ୍ରରେ ଯେଉଁ ଅଭିଭାବକଙ୍କର ଜଣେ ମାତ୍ର ବିବାହିତ ଝିଅ ଅଛନ୍ତି ସେମାନଙ୍କ ପରିବାର ଆଥିର୍କ ସମସ୍ୟାର ସମ୍ମୁଖୀନ ହେଉଥିଲେ। ସେହିପରି ପୁରୁଣା ବ୍ୟବସ୍ଥାକୁ ସଂଶୋଧନ କରି ଏବେ ବିବାହିତ ଝିଅ ମଧ୍ୟ ବାପ ଘର ପରିବାର ସଦସ୍ୟଭାବେ ବିବେଚିତ ହେବେ ବୋଲି କୁହାଯାଇଛି। ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ପରିବାରର ସଂଜ୍ଞାକୁ ନେଇ ଆପତ୍ତି ଉଠାଇଥିଲେ। ହାଇକୋର୍ଟ କହିଥିଲେ ଯେ, ବିବାହିତ ମହିଳା ପରିବାର ସଦସ୍ୟରୁ ବାଦ ପଡ଼ୁଥିବାରୁ ସେମାନେ ନିଯୁକ୍ତି ଏବଂ ଅନ୍ୟାନ୍ୟ ସୁବଧାରୁ ବଞ୍ଚିତ ହେବା ଅସାମ୍ବିଧାନିକ। ଯାହା ସମ୍ବିଧାନର ଧାରା ୧୪ ଏବଂ ୧୫କୁ ବିରୋଧ କରୁଛି। ଏହା ପରେ କେନ୍ଦ୍ର ସରକାର ବିବାହିତ ମହିଳାଙ୍କୁ ପରିବାରର ସଦସ୍ୟ ସୀକୃତି ଦେଇଛନ୍ତି। ହାଇକୋର୍ଟ କହିଥିଲେ ଯେ, ବିବାହିତ ଭାଇଙ୍କ ଭଳି ବିବାହିତ ମହିଳାଙ୍କୁ ପରିବାର ସଦସ୍ୟର ମାନ୍ୟତା ଦେଇ ସେମାନଙ୍କୁ ସରକାରୀ ନିଯୁକ୍ତିରେ ସୁଯୋଗ ମିଳିବା ଉଚିତ। ମଞ୍ଜୁଳା ଶ୍ରୀବାସ୍ତବ ନାମ୍ନୀ ଜଣେ ମହିଳାଙ୍କ ଆବେଦନ ପରେ ଶୁଣାଣି କରି ହାଇକୋର୍ଟ ଉପରୋକ୍ତ ରାୟ ଦେଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!