ନୟାଗଡ଼, (ବାଘୁଆବାର୍ତ୍ତା): ବୁଧବାର ନୟାଗଡ଼ ଗସ୍ତରେ ଆସିଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପୁରୁଣା ସହରଠାରେ ନିର୍ମାଣ ହେଉଥିବା ନୟାଗଡ଼ ବସଷ୍ଟାଣ୍ଡକୁ ବୁଲି ଦେଖିଛନ୍ତି । ଏହାକୁ ପୂର୍ଣ୍ଣାଙ୍ଗ ଋପ ଦେବା ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ତା ସହିତ ନୟାଗଡ଼ ସଦରଥାନାଠାରୁ କ୍ଷତ୍ରିବରପୁର ପର୍ଯ୍ୟନ୍ତ ରାସ୍ତାକୁ ୧୨ ମିଟର ଚଉଡ଼ା କରିବା ନେଇ ଦିଆଯାଇଥିବା ପ୍ରସ୍ତାବ ଉପରେ ସମୀକ୍ଷା କରିଛନ୍ତି ।





