ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପୌରାଞ୍ଚଳ କାଉନସିଲ ହଲ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛିତ । ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟ୍ଟେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦିବସରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ସାମଜର ଅଭିବୃଦ୍ଧିରେ ମହିଳାଙ୍କ ଅବଦାନ ଗୁରୁତ୍ୱପୁର୍ଣ୍ଣ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ କାଉନସିଲର ଅଳକା ମଞ୍ଜରୀ ନାୟକ, ଗୀତାଞ୍ଜଳୀ ସ୍ୱାଇଁ, ସ୍ୱୟଂପ୍ରଭା ମିଶ୍ର, ମଞ୍ଜୁ ଗୁମାନସିଂ, କାର୍ଯ୍ୟ ନିର୍ବାହି ଅଧିକାରୀ ଅକ୍ଷୟ କୁମାର ବେହେରା, କାଉନସିଲର ଲକ୍ଷ୍ମୀଧର ମହାପାତ୍ର, ସନ୍ତୋଷ ମାହାର ପ୍ରମୁଖ ଯୋଗ ଦେଇ ଆଜି ଦିବସର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ୬୦ ଜଣ ମହିଳାଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ ।






