ନୟାଗଡ଼, (ବାଘୁଆବାର୍ତ୍ତା): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ସ୍ନାତକ କଳାରେ ୯୭.୮୯ ପ୍ରତିଶତ ପାସ୍ହାର ରହିଛି । ମହାବିଦ୍ୟାଳୟର ସଂସ୍କୃତ ସମ୍ମାନ ଛାତ୍ରୀ ରଶ୍ମିତା ପଟ୍ଟନାୟକ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇ ଜିଲ୍ଲା ପାଇଁ ଗୈାରବ ଆଣିଛନ୍ତି । ଏଥିସହିତ ମନସ୍ତତ୍ୱ ବିଜ୍ଞାନ ଛାତ୍ରୀ ପି. ଶୁଭଲକ୍ଷ୍ମୀ ଦୋରା ୮୫.୯୩ ପ୍ରତିଶତ ମାର୍କ ରଖି ବିଶ୍ୱ ବିଦ୍ୟାଳୟରେ ତୃତୀୟ ସ୍ଥାନ ଓ ଗୃହ ବିଜ୍ଞାନ ଛାତ୍ରୀ ରଂଜିତା ପଣ୍ଡା ୮୧.୦୭ ପ୍ରତିଶତ ମାର୍କ ରଖି ବିଶ୍ୱ ବିଦ୍ୟାଳୟରେ ନବମ ସ୍ଥାନ ଅଧିକାର କରିଛନ୍ତି । ପ୍ରଜାମଣ୍ଡଳ ମହାବିଦ୍ୟାଳୟ ଅଧ୍ୟକ୍ଷା ରାଜଶ୍ରୀ ମହାପାତ୍ର ଏବଂ ଅଧ୍ୟାପକ, ଅଧ୍ୟାପିକାମାନେ କୃତ୍ତୀ ଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।





