ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଉଚ୍ଚ ଶିକ୍ଷା ଉପରେ ରାଜ୍ୟ ସରକାରଙ୍କ ଉଚ୍ଚ ଆଶା ରଖିଛନ୍ତି । ସେଥିପାଇଁ ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି କରିବା ଉପରେ ରାଜ୍ୟ ସରକାର ମଧ୍ୟ ଗୁରତ୍ୱ ଦେଇଛନ୍ତି । ଗବେଷଣା ଓ ଉଦ୍ଭାବନ ଉଚ୍ଚଶିକ୍ଷାର ମୂଳପିଣ୍ଡ ହୋଇଥିବା ବେଳେ ଯୁବକଯୁବତୀଙ୍କ ରୋଜଗାର ନିମନ୍ତେ ସୁଯୋଗ ସୃଷ୍ଟି ସହିତ ନୂତନ ସହସଦ୍ଦୀରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା’ ପ୍ରଚଳନ କରିଛନ୍ତି । ଏହି ପ୍ରୋତ୍ସାହନ ଯୋଜନା ଭଳି ଏକ ନୂତନ ଉଦ୍ୟମ ମାଧ୍ୟମରେ ରାଜ୍ୟରେ ଗବେଷଣାଜନିତ ଦୂରତ୍ୱ ହ୍ରାସ କରାଯାଇଛି । ଏହି ଯୋଜନା ହେବା ଦ୍ୱାରା ରାଜ୍ୟ ବିଶ୍ୱବିଦ୍ୟାଳୟର ପୂର୍ଣ୍ଣକାଳୀନ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପିଏଚଡି ନିମନ୍ତେ ମାସିକ ୧୫ହଜାର ଟଙ୍କାର ଫେଲୋସିପ୍ ପ୍ରଦାନ କରାଯାଉଛି । ୩୫ଟି ବିଷୟରେ ଫେଲୋସିପ୍ ପ୍ରଦାନ କରାଯାଉଥିବା ବେଳେ ମହିଳାମାନଙ୍କ ୪୦ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ଯୁବ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ ଅର୍ଥରାଶି ଯୋଗାଇଦେବେ ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ୪୦ଜଣ ଯୁବ ଅଧ୍ୟାପକଙ୍କୁ ୫ଲକ୍ଷ ଟଙ୍କାର ସିଡ ଫଣ୍ଡ ଦିଆଯିବ ବୋଲି ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି । ଏହି ଯୋଜନାରେ ଅନୁଦାନ ପାଉଥିବା ଗବେଷକମାନଙ୍କ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯିବା ନେଇ ଏକ ତ୍ରୈମାସିକ ବୈଠକ ଅନୁଷ୍ଠିତ କରାଯାଉଛି । ଏଥର ନିମନ୍ତେ ୪୫ବର୍ଷରୁ କମ ଅଧ୍ୟାପକ ଅଧ୍ୟାପିକାଙ୍କ ପାଇଁ ସ୍ପିଡ ରିସର୍ଚ୍ଚ ପଣ୍ଡର ବ୍ୟବସ୍ଥା କରାଯାଇଥିବା ବେଳେ ୩୫ବର୍ଷରୁ କମ୍ ମାନଙ୍କ ପାଇଁ ପଏଚଡି ସ୍କଲାରସିପ୍ ରଖାଯାଇଛି । ଏହା ବିଜ୍ଞାନ, ଇଂଜିନିୟରିଂ, କଳା, ଭାଷା ଓ ସାହିତ୍ୟ, ସାମାଜିକ ବିଜ୍ଞାନ ଆଦି କ୍ଷେତ୍ରରେ ଏହା ପ୍ରଦାନ କରାଯାଇଛି । ଏହି ଯୋଜନାରେ ରାଜ୍ୟର ଗବେଷଣା ନିମନ୍ତେ ଏକ ନୂତନ ବାତାବରଣ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାରେ ଶିକ୍ଷାନୁଷ୍ଠାନ ଗୁଡିକରୁ ଉତ୍ତୀର୍ଣ୍ଣ ହୋଇଦେଶ ବିଦେଶରେ ଗବେଷଣ କ୍ଷେତ୍ରରେ ସୁନାମ ଅର୍ଜ୍ଜନ କରିଥିବା ଜଣାପଡିଛି । ଏହି କ୍ଷେତ୍ରରେ ଓଏସଏ ଏବଂ ଆଲୁମିନି ଆସୋସିଏସନ୍, ଉକ୍ରଳ ବିଶ୍ୱବିଦ୍ୟାଳୟ ଏ ଦିଗରେ ଉଦାହରଣ ସୃଷ୍ଟି କରିଛି ।