Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନୁସନ୍ଧାନ ଓ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା, ମହିଳାମାନଙ୍କ ୪୦ପ୍ରତିଶତ ସଂରକ୍ଷିତ; ଉଚ୍ଚଶିକ୍ଷା ମନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
March 12, 2021
in Education, State
ଅନୁସନ୍ଧାନ ଓ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା, ମହିଳାମାନଙ୍କ ୪୦ପ୍ରତିଶତ ସଂରକ୍ଷିତ; ଉଚ୍ଚଶିକ୍ଷା ମନ୍ତ୍ରୀ
182
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଉଚ୍ଚ ଶିକ୍ଷା ଉପରେ ରାଜ୍ୟ ସରକାରଙ୍କ ଉଚ୍ଚ ଆଶା ରଖିଛନ୍ତି । ସେଥିପାଇଁ ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି କରିବା ଉପରେ ରାଜ୍ୟ ସରକାର ମଧ୍ୟ ଗୁରତ୍ୱ ଦେଇଛନ୍ତି । ଗବେଷଣା ଓ ଉଦ୍ଭାବନ ଉଚ୍ଚଶିକ୍ଷାର ମୂଳପିଣ୍ଡ ହୋଇଥିବା ବେଳେ ଯୁବକଯୁବତୀଙ୍କ ରୋଜଗାର ନିମନ୍ତେ ସୁଯୋଗ ସୃଷ୍ଟି ସହିତ ନୂତନ ସହସଦ୍ଦୀରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା’ ପ୍ରଚଳନ କରିଛନ୍ତି । ଏହି ପ୍ରୋତ୍ସାହନ ଯୋଜନା ଭଳି ଏକ ନୂତନ ଉଦ୍ୟମ ମାଧ୍ୟମରେ ରାଜ୍ୟରେ ଗବେଷଣାଜନିତ ଦୂରତ୍ୱ ହ୍ରାସ କରାଯାଇଛି । ଏହି ଯୋଜନା ହେବା ଦ୍ୱାରା ରାଜ୍ୟ ବିଶ୍ୱବିଦ୍ୟାଳୟର ପୂର୍ଣ୍ଣକାଳୀନ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ପିଏଚଡି ନିମନ୍ତେ ମାସିକ ୧୫ହଜାର ଟଙ୍କାର ଫେଲୋସିପ୍ ପ୍ରଦାନ କରାଯାଉଛି । ୩୫ଟି ବିଷୟରେ ଫେଲୋସିପ୍ ପ୍ରଦାନ କରାଯାଉଥିବା ବେଳେ ମହିଳାମାନଙ୍କ ୪୦ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ଯୁବ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ ଅର୍ଥରାଶି ଯୋଗାଇଦେବେ ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ୪୦ଜଣ ଯୁବ ଅଧ୍ୟାପକଙ୍କୁ ୫ଲକ୍ଷ ଟଙ୍କାର ସିଡ ଫଣ୍ଡ ଦିଆଯିବ ବୋଲି ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି । ଏହି ଯୋଜନାରେ ଅନୁଦାନ ପାଉଥିବା ଗବେଷକମାନଙ୍କ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯିବା ନେଇ ଏକ ତ୍ରୈମାସିକ ବୈଠକ ଅନୁଷ୍ଠିତ କରାଯାଉଛି । ଏଥର ନିମନ୍ତେ ୪୫ବର୍ଷରୁ କମ ଅଧ୍ୟାପକ ଅଧ୍ୟାପିକାଙ୍କ ପାଇଁ ସ୍ପିଡ ରିସର୍ଚ୍ଚ ପଣ୍ଡର ବ୍ୟବସ୍ଥା କରାଯାଇଥିବା ବେଳେ ୩୫ବର୍ଷରୁ କମ୍ ମାନଙ୍କ ପାଇଁ ପଏଚଡି ସ୍କଲାରସିପ୍ ରଖାଯାଇଛି । ଏହା ବିଜ୍ଞାନ, ଇଂଜିନିୟରିଂ, କଳା, ଭାଷା ଓ ସାହିତ୍ୟ, ସାମାଜିକ ବିଜ୍ଞାନ ଆଦି କ୍ଷେତ୍ରରେ ଏହା ପ୍ରଦାନ କରାଯାଇଛି । ଏହି ଯୋଜନାରେ ରାଜ୍ୟର ଗବେଷଣା ନିମନ୍ତେ ଏକ ନୂତନ ବାତାବରଣ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାରେ ଶିକ୍ଷାନୁଷ୍ଠାନ ଗୁଡିକରୁ ଉତ୍ତୀର୍ଣ୍ଣ ହୋଇଦେଶ ବିଦେଶରେ ଗବେଷଣ କ୍ଷେତ୍ରରେ ସୁନାମ ଅର୍ଜ୍ଜନ କରିଥିବା ଜଣାପଡିଛି । ଏହି କ୍ଷେତ୍ରରେ ଓଏସଏ ଏବଂ ଆଲୁମିନି ଆସୋସିଏସନ୍, ଉକ୍ରଳ ବିଶ୍ୱବିଦ୍ୟାଳୟ ଏ ଦିଗରେ ଉଦାହରଣ ସୃଷ୍ଟି କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!