Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ୱମେନ ଅଫ୍ ଦି ଇୟର ସମ୍ମାନ ଆଣିଲେ ଅଞ୍ଜୁ ବବି ଜର୍ଜ

by ସଞ୍ଜୟ ସ୍ୱାଇଁ
December 2, 2021
in Sports
ୱମେନ ଅଫ୍ ଦି ଇୟର ସମ୍ମାନ ଆଣିଲେ ଅଞ୍ଜୁ ବବି ଜର୍ଜ
53
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତ ପାଇଁ ୱମେନ ଅଫ୍ ଦି ଇୟର ସମ୍ମାନ ଆଣିଲେ ଅଞ୍ଜୁ ବବି ଜର୍ଜ । ଭାରତର କିମ୍ବଦନ୍ତୀ ଆଥଲେଟ ଅଞ୍ଜୁ ବବି ଜର୍ଜଙ୍କୁ ବିଶ୍ୱ ଆଥଲେଟିକ୍ସ ପକ୍ଷରୁ ଚଳିତ ବର୍ଷର ଶ୍ରେଷ୍ଠ ମହିଳା ସମ୍ମାନ ପାଇବେ। ସେ ଭାରତରେ ମହିଳା ଆଥଲେଟଙ୍କ ପ୍ରେରଣାରା ଉତ୍ସ ବିନିଥିବା ବେଳେ ଲିଙ୍ଗଗତ ସମାନତା ଦିଗରେ କାର୍ୟ୍ୟ କରୁଛନ୍ତି। ଏଥିପାଇଁ ତାଙ୍କ ୱମେନ ଅଫ ଦ ଇୟର ପୁରସ୍କାର ମିଳିବାକୁ ଯାଉଛି। ବିଶ୍ୱ ଚାମ୍ପିୟନଶିପରେ ଏକମାତ୍ର ଭାରତୀୟ ଭାବେ ଅଞ୍ଜୁ ପଦକ ଜିତିଛନ୍ତି। ସେ ୨୦୦୩ ପ୍ୟାରିସ ଚାମ୍ପିୟନଶିପ୍ରେ ଭାରତ ପାଇଁ ଲଙ୍ଗ ଜମ୍ପରେ ବ୍ରୋଞ୍ଜ ପଦକ ଜିତି ରେକର୍ଡ କରିଥିଲେ। ସେ ଆଇଏଏଏଫ୍ ୱାର୍ଲ୍ଡ ଆଥଲେଟିକ୍ସ ଫାଇନାଲ୍ସ (ମୋନାକୋ ୨୦୦୫)ରେ ବି ସ୍ୱର୍ଣ୍ଣ ପଦକ ଜିତିଥିଲେ। ପୂର୍ବତନ ଅନ୍ତର୍ଜାତୀୟ ଲଙ୍ଗଜମ୍ପ ଖେଳାଳି ଅଞ୍ଜୁ ଏବେ ବି ଏହି କ୍ରୀଡ଼ା ସହ ଜଡ଼ିତ ଅଛନ୍ତି। ସେ ୨୦୧୬ରେ ଝିଅମାନଙ୍କ ପାଇଁ ଗୋଟିଏ ଟ୍ରେନିଂ ଅନୁଷ୍ଠାନ ଖୋଲିଥିଲେ। ତାଙ୍କ ଠାରୁ ଟ୍ରେନିଂ ନେଇ ଜଣେ ଖେଳାଳି ଅଣ୍ଡର ୨୦ ବର୍ଗରେ ଭାରତ ପାଇଁ ମେଡାଲ ଜିତି ସାରିଛନ୍ତି। ଭାରତୀୟ ଦୌଡ଼କୁଦ ମହାସଂଘର ବରିଷ୍ଠ ଉପସଭାପତି ଭାବେ କାର୍ୟ୍ୟ କରୁଥିବା ଅଞ୍ଜୁ ନିୟମିତ ଭାବେ ଲିଙ୍ଗଗତ ସମାନତା ସପକ୍ଷରେ ସ୍ୱର ଉଠାଇ ଚାଲିଛନ୍ତି। କ୍ରୀଡ଼ା ଜଗତରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ପାଇଁ ସେ ସ୍କୁଲ ପିଲାଙ୍କ ମାର୍ଗଦର୍ଶକ ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି। କ୍ରୀଡ଼ା ପ୍ରତି ତାଙ୍କର ଏପରି ଅବଦାନ ପାଇଁ ତାଙ୍କୁ ୱିମେନ ଅଫ ଦି ଇୟର ପୁରସ୍କାର ମିଳିବ। ଏହି ପୁରସ୍କାର ପାଇ ଅଞ୍ଜୁ ମଧ୍ୟ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। ସେ କହିଛନ୍ତି, “ବିଶ୍ୱ ଆଥଲେଟିକ୍ସ ପକ୍ଷରୁ ଏପରି ସମ୍ମାନ ପାଇ ମୁଁ ଗର୍ବିତ ଓ ଅଭିଭୂତ। ସକାଳୁ ଉଠି ଖେଳ ପାଇଁ କିଛି କରିବା ଅନୁଭବଠାରୁ ଆଉ କିଛି ଭଲ କଥା ହୋଇ ନପାରେ। ମୋ ପ୍ରୟାସକୁ ସମ୍ମାନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ।”ଅନ୍ୟପକ୍ଷରେ ବିଶ୍ୱ ଆଥଲେଟିକ୍ସ ସମ୍ମାନ ୨୦୨୧ କାର୍ୟ୍ୟକ୍ରମରେ ଜମାଇକାର ଇଲାଇନେ ଥୋମ୍ପସନ ହେରା ଓ ନରୱେର କାରଷ୍ଟେନ ୱାରହୋଲମଙ୍କୁ ବିଶ୍ୱ ଆଥଲେଟିକ୍ସ ଅଫ ଦି ଇୟର ସମ୍ମାନରେ ସମ୍ମାନିତ କରାଯାଇଛି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!