ଦଶପଲ୍ଲା, (ବାଘୁଆବାର୍ତ୍ତା):ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଅନ୍ତର୍ଗତ ଫାଲପାଜୁ ଗ୍ରାମରୁ ମଙ୍ଗଳବାର ଦିନ ଜନୈକା ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି | ମୃତା ମହିଳା ଜଣଙ୍କ ଗ୍ରାମର ଅନିଲ ବିନ୍ଧାଣୀଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ବିନ୍ଧାଣୀ (୧୯ ବର୍ଷ) ବୋଲି ଜଣାପଡ଼ିଛି | ମୃତା ମହିଳାଙ୍କ ଘର ମଧୁପୁର୍ ହୋଇଥିବା ବେଳେ ୧୧ ମାସ ତଳେ ପ୍ରେମ ବିବାହ କରିଥିଲେ | ଘରେ ମହିଳାଙ୍କ ମୃତ ଦେହ ଝୁଲୁ ଥିବା ବେଳେ ଖବର୍ ପାଇ ବାଣୀଗୋଛା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ମୃତା ମହିଳାଙ୍କ ବାପ ଘର ଅଭିଯୋଗ ଆଧାରରେ ପୋଲିସ ସ୍ଵାମୀ ଅନିଲଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ପୋଲିସ ସୂତ୍ରରୁ ପ୍ରକାଶ |





