Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ଖଣ୍ଡା ଧରି ଗୋଡାଇଲେ ମହିଳା

by ସଞ୍ଜୟ ସ୍ୱାଇଁ
June 8, 2021
in Crime, State
ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ଖଣ୍ଡା ଧରି ଗୋଡାଇଲେ ମହିଳା
336
VIEWS
Share on FacebookShare on Twitter

ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ମହିଳାଙ୍କ ହାତରେ ଵୁଲୁଥିଲା ଖଣ୍ଡା। ଗାଁର ଅନ୍ୟ ଦୁଇ ମହିଳାଙ୍କୁ ହାଣିବାକୁ ଗାଁ ଦାଣ୍ଡରେ ଗୋଡାଉଥିଲେ। ପ୍ରାଣ ବିକଳରେ ସେମାନେ ଆଗକୁ ଆଗକୁ ଦୌଡୁଥିଲେ। ଆଜି ସକାଳୁ ସକାଳୁ ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଯୋଗୀମାଲରେ ଘଟିଥିବା ଏହି ଅଭାଵନୀୟ ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଵେଳେ ଏହା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଖଣ୍ଡା ବୁଲାଉଥିବା ମହିଳା ଜଣକ ଥିଲେ ଗ୍ରାମର ମଞ୍ଜୁଲତା ପଟେଲ। ଆଉ ଆକ୍ରମଣର ସମ୍ମୁଖୀନ ହୋଇଥିବା ଦୁଇ ମହିଳା ଥିଲେ ଗାଁ ଅଙ୍ଗନବାଡି କର୍ମୀ ଶ୍ରଦ୍ଧାଞ୍ଜଳି ମାଝୀ ଓ ଆଶାକର୍ମୀ ରଙ୍ଗବତୀ ଧୁରୁଆ। ମମତା ଦିବସ ଥିବାରୁ ସେମାନେ ଅଙ୍ଗନଵାଡି କେନ୍ଦ୍ରକୁ ଯାଉଥିବା ଵେଳେ ଘଟିଥିଲା ଏ ଘଟଣା। ପ୍ରାଣ ବିକଳରେ ସେ ଦୁହେଁ କେନ୍ଦ୍ର ଭିତରକୁ ପଶିଯିବା ପରେ ପଛେ ପଛେ ଗୋଡାଇଥିବା ମଞ୍ଜୁ ଵାହାରୁ ତାଲା ପକାଇ ଦେଇଥିଲେ। ଘଣ୍ଟାଏ ସେ ଦୁହେଁ ଘର ଭିତରେ ଵନ୍ଦ ରହିବା ପରେ ଖବର ପାଇ ପୁଲିସ ଆସି ଉଦ୍ଧାର କରିଥିଲା। ଅନ୍ୟପଟେ ମଞ୍ଜୁଙ୍କୁ ଗିରଫ କରିବା ସହ ମଞ୍ଜୁଙ୍କ ବାପା ଧନୁର୍ଜୟ ନାଏକଙ୍କ ଘରୁ ଖଣ୍ଡା ଜଵତ କରି ତଦନ୍ତ ଚଳାଇଛି ପୁଲିସ। ଅଙ୍ଗନବାଡିରେ ନିଯୁକ୍ତି ଵିଵାଦକୁ ନେଇ ପୂର୍ଵରୁ ମଞ୍ଜୁଲତା ଏ ଦୁଇ ମହିଳାଙ୍କୁ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବା ଧମକ ଦେଇ ଆସୁଥିଲେ।

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026
ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!