ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମହିଳାଙ୍କ ମୃତଦେହ ଠାବ । ଭୁବନେଶ୍ୱର ଉପକଣ୍ଠ ଦୟା ନଦୀ କୂଳରୁ ମିଳିଛି ମହିଳାଙ୍କ ମୃତଦେହ । ମହିଳାଙ୍କ ମୃତଦେହରେ ରହିଛି ଏକାଧିକ କ୍ଷତ ଚିହ୍ନ । ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ଭୁବନେଶ୍ୱର ଉପକଣ୍ଠ ଦୟା ନଦୀ କୂଳରୁ ଜଣେ ମହିଳାଙ୍କ ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ସ୍ଥାନୀୟ ପୋଲିସକୁ ଖବର ବି ଦେଇଥିଲେ । ମହିଳାଙ୍କର ମୃତ୍ୟୁ କିପରି ହୋଇଛି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ତାଙ୍କ ଦେହରେ ଏକାଧିକ କ୍ଷତ ଚିହ୍ନ ରହିଛି । ଯାହାକି ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ପୋଲିସର ତଦନ୍ତ ପରେ ହିଁ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।





