ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ଜିଲ୍ଲାରେ କାୟା ମେଲାଇ ଚାଲିଥିବା ବେଳେ ଗତକାଲି ଜିଲ୍ଲାପାଳ ଡ. ପୋମା ଟୁଡୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ଏନେଇ ସବୁ ଗଣମାଧ୍ୟମରେ ବାରମ୍ବାର ସଚେତନ କରାଯାଉଥିବା ବେଳେ ଏହାକୁ କେତେକ ବ୍ୟକ୍ତି ଭୃକ୍ଷେପ କରୁ ନାହାନ୍ତି । ଯାହାକୁ ନେଇ ଆଜି ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । କୋଭିଡ୍ ନୋଡାଲ୍ ଅଧିକାରୀ ତଥା ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି ଏବଂ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ନେତୃତ୍ୱରେ ଟାଉନ ପୁଲିସ ବିନା ମାସ୍କ ଧାରୀଙ୍କୁ ତଣ୍ଡ ଗଣାଇଛି । ମାସ୍କ ନପିନ୍ଧି ଆଜି ଅନେକ ବ୍ୟକ୍ତି ଜୋରିମାନା ଗଣିଥିବା ଜଣାଯାଇଛି ।





