Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦ୍ୱିତୀୟ ଟେଷ୍ଟ ଜିତି ସିରିଜ୍ ହାତେଇଲା ଭାରତ

by ସଞ୍ଜୟ ସ୍ୱାଇଁ
December 6, 2021
in NATIONAL NEWS, Sports
ଦ୍ୱିତୀୟ ଟେଷ୍ଟ ଜିତି ସିରିଜ୍ ହାତେଇଲା ଭାରତ
146
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ପ୍ରଥମ ଟେଷ୍ଟକୁ ଡ୍ର’ ରଖିବାରେ ସମର୍ଥ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଟେଷ୍ଟରେ ବହୁ ରନ୍ ବ୍ୟବଧାନରେ ଭାରତ ଠାରୁ ହାରିଯାଇଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ ଆଜି ଚତୁର୍ଥ ଦିନରେ ମାତ୍ର ୪୫ ମିନିଟ୍‌ରେ ଶେଷ ହୋଇଯାଇଥିବା ବେଳେ ଏଥିରେ ଘରୋଇ ଦଳ ନ୍ୟୁଜିଲ୍ୟାଣ୍ଡକୁ ୩୭୨ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଦୁଇଟି ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ୧-୦ରେ ଜିତି ଯାଇଛି ଟିମ୍ ଇଣ୍ଡିଆ। ଦ୍ୱିତୀୟ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ୧୫୦ ଓ ଦ୍ୱିତୀୟ ଇନିଂସରେ ୬୨ ରନ୍ କରିଥିବା ମୟଙ୍କ ଅଗ୍ରୱାଲଙ୍କୁ ‘ମ୍ୟାନ୍‌ ଅଫ୍ ଦି ମ୍ୟାଚ୍’ ପ୍ରଦାନ କରାଯାଇଛି। ସେହିଭଳି ଦୁଇଟି ଯାକ ମ୍ୟାଚ୍‌ରେ ମୋଟ ୧୪ଟି ୱିକେଟ୍ ନେବା ସହ ୭୦ ରନ୍ କରିଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ‘ମ୍ୟାନ୍ ଅଫ୍ ଦି ସିରିଜ୍’ ପୁରସ୍କାର ପ୍ରଦାନ କରାଯାଇଛି। ୫୪୦ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଗତକାଲି ତୃତୀୟ ଦିବସରେ ଷ୍ଟମ୍ପ ଅପସାରଣ ସୁଦ୍ଧା ୫ ୱିକେଟ୍ ହରାଇ ୧୪୦ ରନ୍ କରିଥିଲା। ହେନରୀ ନିକୋଲ୍ସ ୩୬ ଓ ରାଚିନ୍ ରବୀନ୍ଦ୍ର ୨ ରନ୍ କରି ଅପରାଜିତ ରହିଥିଲେ। ଆଜି ଏହି ଦୁଇ ଜଣ ପୁଣି ଦଳୀୟ ସ୍କୋରକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିଲେ। ରାଚିନ ଆଜି ୧୮ ରନ୍‌ କରିଥିବା ବେଳେ ଜୟନ୍ତ ଯାଦବଙ୍କ ଶିକାର ହୋଇଥିଲେ। ଜୟନ୍ତଙ୍କ ବଲ୍‌ରେ ସେ ଚେତେଶ୍ୱର ପୂଜାରାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ରାଚିନଙ୍କ ପରେ କାୟେଲେ ଜାମିସନ୍‌ଙ୍କୁ ଏଲ୍‌ବିଡବ୍ଲ୍ୟୁ କରି ଦେଇଥିଲେ ଜୟନ୍ତ ଯାଦବ। ଜାମିସନ୍ ଖାତା ଖୋଲି ପାରି ନଥିଲେ। ଜାମିସନ୍‌ଙ୍କୁ ଆଉଟ୍ କରିବା ପରେ ସେହି ଓଭରରେ ଟିମ୍ ସାଉଦିଙ୍କୁ ଆଉଟ୍ କରିଥିଲେ ଜୟନ୍ତ। ଟିମ୍ ସାଉଦି ମଧ୍ୟ ଖାତା ଖୋଲି ପାରି ନଥିଲେ। ଏହା ପରେ ଜୟନ୍ତଙ୍କ ଶିକାର ହୋଇଥିଲେ ୱିଲିୟମ ସୋମେରଭିଲ୍ଲେ। ସେ ୧ ରନ୍ କରିଥିବା ବେଳେ ଜୟନ୍ତଙ୍କ ବଲ୍‌ରେ ମୟଙ୍କ ଅଗ୍ରୱାଲଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଆଉ ଶେଷରେ ଗତକାଲି ଠାରୁ କ୍ରିଜ୍‌ରେ ରହି ୪୪ ରନ୍ କରିଥିବା ହେନରୀ ନିକୋଲ୍ସଙ୍କୁ ଆଉଟ୍ କରି ମ୍ୟାଚ୍ ଶେଷ କରିଥିଲେ ରବିଚନ୍ଦ୍ରନ ଅଶ୍ୱିନ୍‌। ଅଶ୍ୱିନ୍‌ଙ୍କ ବଲ୍‌ରେ ୱିକେଟ୍ କିପର ଋଦ୍ଧିମାନ ସାହାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ ନିକୋଲ୍ସ। ଗତକାଲି ଭାରତ ପାଳି ଘୋଷଣା କରିବା ପରେ ୫୪୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡକୁ ଅରମ୍ଭରୁ ଝଟକା ଲାଗିଥିଲା। କାମଚଳା କ୍ୟାପଟେନ୍ ତଥା ଓପ୍ନର ଟମ୍ ଲାଥମ୍ ୬ ରନ୍ କରିଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଅନ୍ୟତମ ଓପ୍ନର ୱିଲ୍ ୟଙ୍ଗ୍ (୨୦)ଙ୍କୁ ମଧ୍ୟ ଅଶ୍ୱିନ୍ ନିଜର ଶିକାର ବନାଇଥିଲେ। ଅଭିଜ୍ଞ ରସ୍ ଟେଲର୍ (୬) ଦ୍ରୁତ ରନ୍ କରିବା ପ୍ରୟାସରେ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ବି ଅଶ୍ୱିନ୍ ଆଉଟ୍ କରିଥିଲେ। ୫୫ ରନ୍ ଭିତରେ ୩ ୱିକେଟ୍ ହରାଇ ନ୍ୟୁଜିଲ୍ୟାଣ୍ଡ ସଂକଟରେ ପଡ଼ିଥିବା ବେଳେ ଡାରିଏଲ୍ ମିଚେଲ୍ ଓ ନିକୋଲ୍ସ ସ୍ଥିତି ସମ୍ଭାଳିଥିଲେ। ମିଚେଲ୍ ଓ ନିକୋଲ୍ସ ଚତୁର୍ଥ ୱିକେଟ୍ ପାଇଁ ୭୩ ରନର ଭାଗିଦାରୀ କରିଥିଲେ। ତେବେ ଏହି ଯୋଡ଼ିକୁ ଭାଙ୍ଗିଥିଲେ ଅକ୍ଷର ପଟେଲ୍। ଅର୍ଦ୍ଧଶତକ ମାରିଥିବା ମିଚେଲ୍ ବଡ଼ ଶଟ୍ ମାରିବାକୁ ଯାଇ ଜୟନ୍ତ ଯାଦବଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ସେ ୯୨ ବଲର ସାମ୍ନା କରି ୭ ଚୌକା ଓ ୨ ଛକା ସହ ୬୦ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଟମ୍ ବ୍ଲଣ୍ଡଲ ଖାତା ଖୋଲିବା ପୂର୍ବରୁ ରନଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ଏହି ଇନିଂସ୍‌ରେ ରବିଚନ୍ଦ୍ରନ ଅଶ୍ୱିନ୍ ଓ ଜୟନ୍ତ ଯାଦବ ୪ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଅକ୍ଷର ପଟେଲଙ୍କୁ ଗୋଟିଏ ୱିକେଟ୍ ମିଳିଛି। ସୂଚନାଯୋଗ୍ୟ, ଭାରତୀୟ ଦଳ ପ୍ରଥମ ଇନିଂସ୍‌ରେ ସମସ୍ତ ୱିକେଟ୍ ହରାଇ ୩୨୫ ରନ୍ କରିଥିଲା। ଦ୍ୱିତୀୟ ଇନିଂସ୍‌ରେ ଦଳ ୭ ୱିକେଟ୍ ହରାଇ ୨୭୬ ରନ୍ କରିବା ପରେ ପାଳି ଘୋଷଣା କରିଥିଲା। ସେହିପରି ନ୍ୟୁଜିଲ୍ୟାଣ୍ଡ ଦଳ ପ୍ରଥମ ଇନିଂସ୍‌ରେ ମାତ୍ର ୬୨ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଆଉ ୫୪୦ ରନ୍‌ର ବିଜୟ ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ୍‌ରେ ଆଜି ୧୬୭ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!