Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଷ୍ଟ୍ରେଲିଆକୁ କଲା ଚିତ୍‌ପଟାଙ୍ଗ, ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ

by ସଞ୍ଜୟ ସ୍ୱାଇଁ
August 2, 2024
in NATIONAL NEWS, Sports
ଅଷ୍ଟ୍ରେଲିଆକୁ କଲା ଚିତ୍‌ପଟାଙ୍ଗ, ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତ
194
VIEWS
Share on FacebookShare on Twitter

ପ୍ୟାରିସ୍‌, (ବାଘୁଆବାର୍ତ୍ତା): ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ। ଦଳ ଆଜି ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇ ଦେଇଛି। ଏଥିସହ ଦୀର୍ଘ ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ ଅଷ୍ଟ୍ରେଲିଆକୁ ହରାଇବାର ସଫଳତା ପାଇଛି। ଶେଷ ଥର ପାଇଁ ଭାରତ ୧୯୭୨ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଏହାପରେ ଭାରତ ଯେତେଥର ବି ଅଷ୍ଟ୍ରେଲିଆକୁ ଭେଟିଥିଲା ସବୁବେଳେ ପରାଜିତ ହୋଇଥିଲା। କିନ୍ତୁ ଆଜି ହରମନପ୍ରୀତ ସିଂହଙ୍କ ଭାରତୀୟ ହକି ଟିମ ନୂଆ ରେକର୍ଡ କରିଛି। ଭାରତ ପକ୍ଷରୁ ଅଭିଷେକ ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ବାକି ଦୁଇଟି ଗୋଲ ହରମନପ୍ରୀତଙ୍କ ଷ୍ଟିକରୁ ଆସିଛି। ଏହି ବିଜୟ ସହ ଭାରତ ଗ୍ରୁପ ବି’ର ଦ୍ୱିତୀୟ ସ୍ଥାନରେ ରହି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ସ୍ଥାନରେ ଅଲିମ୍ପିକ୍ସ ଚାମ୍ପିୟନ ବେଲଜିୟମ ରହିଛି। ସୂଚନାଥାଉ କି, ୧୯୭୨ରେ ଭାରତ ଶେଷ ଥର ପାଇଁ ଅଷ୍ଟ୍ରେଲିଆକୁ ୩-୧ରେ ହରାଇଥିଲା। ଏହାପରେ ଦଳ ୧୯୭୬ରେ ୧-୬, ୧୯୭୬(ପ୍ଲେ ଅଫ)ରେ ପୁଣିଥରେ ଶୁଟ୍‌ ଆଉଟରେ ୪-୫, ୧୯୮୪ରେ ୨-୪, ୧୯୯୨ରେ ୦-୧, ୨୦୦୦ରେ ୨-୨, ୨୦୦୪ରେ ୩-୪, ୨୦୨୦ରେ ୧-୭ରେ ପରାସ୍ତ ହୋଇଥିଲା।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!