Wednesday, August 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଣିଭଦ୍ରାଙ୍କ ପୀଠରୁ ୨ ହାତୀଦାନ୍ତ ଓ ବାଘ ଛାଲ ଜବତ, ୨ ଗିରଫ

by ସଞ୍ଜୟ ସ୍ୱାଇଁ
April 25, 2021
in Crime, Nayagarh
ମଣିଭଦ୍ରାଙ୍କ ପୀଠରୁ ୨ ହାତୀଦାନ୍ତ ଓ ବାଘ ଛାଲ ଜବତ, ୨ ଗିରଫ
351
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ଏସ୍ଟିଏଫ୍ ଟିମ୍ ଗୋଟିଏ ବାଘ ଛାଲ ଏବଂ ଦୁଇଟି ହାତୀ ଦାନ୍ତ ଜବତ କରିଛି । ଏହି ଘଟଣାରେ ଦୁଇ ଅଭିଯୁକ୍ତକୁ ଏସଟିଏଫ୍ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗଣିଆ ଥାନା ଅନ୍ତର୍ଗତ ବେଠିଆସାହିର ବିମ୍ବାଧର ତରାଇ ଏବଂ କଟକ ଜିଲ୍ଲା ନରସିଂହପୁର ଚକ୍ରଗଡ଼ ଗ୍ରାମର ରମେଶ ପତିହାରୀ । ସୂଚନାନୁସାରେ, କୈାଣସି ସୁତ୍ରରୁ ଖବରପାଇ ଏହି ଦୁଇ ବ୍ୟକ୍ତିଙ୍କ ଉପରେ ଏସଟିଏଫ୍ ଟିମ୍ ନଜର ରଖିଥିଲେ । ଗତକାଲି ଦୁଇ ଜଣ ବାଘ ଛାଲ ଏବଂ ହାତୀ ଦାନ୍ତ କାରବାର କରୁଥିବା ନେଇ ଏସଟିଏଫ୍ ସୂଚନା ପାଇଁ ଚଢ଼ାଉ କରିଥିଲା । ସେମାନଙ୍କଠାରୁ ହାତୀ ଦାନ୍ତ ଏବଂ ବାଘ ଛାଲ ସମେତ ଅନ୍ୟାନ ଜିନିଷ ଜବତ କରାଯାଇଥିବା ସୂଚନା ମିଳିଛି । ଏନେଇ ଏସଟିଏଫ୍ କେଶ ନଂ ୧୬ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ବନ୍ୟଜନ୍ତୁ ଆଇନ ୧୯୭୨ ର ୩୭୯, ୪୧୧,୧୨୦(ବି), ଆପିସି/ଡବ୍ଲ୍ୟୁ ୫୧ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏଥିସହିତ ଘଟଣାରେ ଅନ୍ୟ କାହାରି ସଂପୃକ୍ତ ରହିଛି ତାହାର ତଦନ୍ତ ଚାଲିଥିବା ଏସଟିଏଫ୍ ସୂଚନା ଦେଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!