Thursday, March 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାମୀଙ୍କୁ ବିଭତ୍ସ ଭାବେ ହତ୍ୟା କଲା ସ୍ତ୍ରୀ

by ସଞ୍ଜୟ ସ୍ୱାଇଁ
May 28, 2025
in Crime, State
ସ୍ୱାମୀଙ୍କୁ ବିଭତ୍ସ ଭାବେ ହତ୍ୟା କଲା ସ୍ତ୍ରୀ
179
VIEWS
Share on FacebookShare on Twitter

ବେଗୁନିଆପଡା, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ତାଳସର ପଞ୍ଚାୟତର ଗୋପାଳପୁର ସାହିରେ ସ୍ୱାମୀଙ୍କୁ ମାରଣାସ୍ତ୍ରରେ ଚୋଟ ପକାଇବା ପରେ ଇଟାରେ ଛେଚି ବିଭତ୍ସ ଭାବେ ହତ୍ୟା କରିଛନ୍ତି ସ୍ତ୍ରୀ। ସ୍ୱାମୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଏହି ଘଟଣା ଘଟଇଥିବା ସ୍ତ୍ରୀ କହିଛନ୍ତି। ମୃତ ସ୍ୱାମୀ ହେଲେ ନାରାୟଣ ଭୂୟାଁ (୪୦)। ପ୍ରାପ୍ତ ସୂଚନା ଅନୁଯାୟୀ ନାରାୟଣ ଭୂୟାଁଙ୍କ ନିଜ ଘର ବେଗୁନିଆପଡା ଥାନା ଅନ୍ତର୍ଗତ ବିରିବାଟିଆ ଗ୍ରାମରେ।ସେ ଗୋପାଳପୁର ଗ୍ରାମର ରୀନା ଭୂୟାଁଙ୍କୁ ବିବାହ କରବା ପରେ ତାଳସର ନିକଟସ୍ଥ ଗୋପାଳପୁର ଠାରେ ରହୁଥିଲେ। ତାଙ୍କର ଗୋଟିଏ ଝିଅ (୧୬) ଓ ଆଉ ଗୋଟିଏ ପୁଅ (୧୨)। ରୀନା ବାହାରେ ରହି କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ନିୟମିତ କଳହ ଲାଗି ରହୁଥିଲା। ନାରାୟଣ ନିଜ ପୁଅ ସହ ଗୋଟିଏ ସ୍ଥାନରେ ରହିଆସୁଥିଲେ। ନାରାୟଣ ରୀନାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ବଢୁଥିଲା। ସେ ରୀନାଙ୍କୁ ନିର୍ଯ୍ୟାତନା ଦେଉଥିଲେ। ଗତକାଲି ମଙ୍ଗଳବାର ବିଳମ୍ବିତ ରାତିରେ ସ୍ୱାମୀ ନାରାୟଣ ସହ ରୀନାଙ୍କର ପାଟିତୁଣ୍ଡ ହେବା ସହ ଉଭୟ ଧସ୍ତାଧସ୍ତି ହୋଇଥିଲେ। ଏକ ପଥର ଉପରେ ନାରାୟଣ ପଡିଯିବା ପରେ ତାଙ୍କ ମୁଣ୍ଡକୁ ଇଟାରେ ରୀନା ଛେଚି ଦେଇଥିଲେ। ରୀନା ସେଠାରୁ ତାଙ୍କୁ ଘରକୁ ଘୋଷାଡ଼ି ଆଣିଵା ପରେ ନାରାୟଣ ଘରେ ଥିବା ଏକ କୁରାଢ଼ୀ ଆଣିବା ସମୟରେ ରୀନା ସେହି କୁରାଢ଼ୀକୁ ତାଙ୍କ ଠାରୁ ଛଡାଇ ନାରାୟଣଙ୍କୁ ଚୋଟ ପକାଇ ମାରିଦେଇଥିଲେ। ପୁଣି ରାଗରେ ତାଙ୍କୁ ମାରିବା ପାଇଁ ଇଟାରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ଘଟଣା ଘଟିବା ପରେ ଖବର ପାଇ ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏହା ସହ ପୁରୁଷୋତ୍ତମପୁର ଏସଡିପିଓ ଦୀପକ କୁମାର ମିଶ୍ର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଏନେଇ ପୁଲିସ ଅଧିକ ତନାଘନା ଆରମ୍ଭ କରିଛି। ସେପଟେ ନାରାୟଣଙ୍କ ମାଆ ନିଶା ଭୂୟାଁ ବେଗୁନିଆପଡା ଥାନାରେ ଲିଖିତ ଏତଲା ଦେଇଛନ୍ତି। ପୁଲିସ ରୀନାଙ୍କୁ ଗିରଫ କରିବା ସହ ଆଉ ଜଣଙ୍କୁ ମଧ୍ୟ ଅଟକ ରଖି ଜେରା କରୁଛି। ଶବକୁ ବ୍ୟବଛେଦ ପାଇଁ ପଠାଯାଇଛି।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!