Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୩ ଛୁଆଙ୍କୁ ଛାଡି ସ୍ତ୍ରୀ ଫେରାର, ସ୍ୱାମୀ ଥାନାର ଦ୍ୱାରସ୍ଥ

by ସଞ୍ଜୟ ସ୍ୱାଇଁ
December 11, 2023
in Crime, State
୩ ଛୁଆଙ୍କୁ ଛାଡି ସ୍ତ୍ରୀ ଫେରାର, ସ୍ୱାମୀ ଥାନାର ଦ୍ୱାରସ୍ଥ
164
VIEWS
Share on FacebookShare on Twitter

ସାଲେପୁର, (ବାଘୁଆବାର୍ତ୍ତା): ଥରେ ମୋ ବୋଉ ପଳେଇଥିଲା, ପୁଣି ଥରେ ତାରି ସାଥିରେ ପଳାଇଲା । ଏକଥା କହିଚାଲିଛି ଝିଅ । ଥାନା ସାମ୍ନାରେ ଛିଡା ହୋଇଛନ୍ତି ୩ ଜଣ ନାବାଳିକା ଝିଅ । ନିଜ ମାଆକୁ ନପାଇ ଉପାୟ ଶୂନ୍ୟ ହୋଇ ବାପାକୁ ସାଥିରେ ଧରି ଥାନାରେ ପହଁଚିଛନ୍ତି ଏହି ତିନି ଝିଅ । ସାଙ୍ଗରେ ଆଣିଛନ୍ତି ମାଆର ଫଟୋ । ତାକୁ ଦେଖାଇ କହୁଛନ୍ତି ମୋ ମାଆକୁ ଫେରାଇ ଆଣ । ସ୍ତ୍ରୀ ଏମିତି ଅକସ୍ମାତ ଗାୟବ ହୋଇଯିବା କାରଣରୁ ସ୍ୱାମୀ ଏକଦମ ହତାଶ ହୋଇଯାଇଛନ୍ତି । ସ୍ତ୍ରୀ ନିଜେ ଫେରାର ହୋଇଛି ନା କାହା ସାଥେ ପଳାଇଛି ନିଜେ ବି ଜାଣିପାରୁନାହିଁ ସ୍ୱାମୀ । ତିନି ତିନିଟା ବଢ଼ିଲା ଝିଅଙ୍କୁ ଏମିତି କେମିତି ଛାଡି ଚାଲିଯାଇପାରିଲା ମାଆ, ଏହି ଚିନ୍ତାରେ ସମସ୍ତେ । ଥରେ ଏଇ ଛୁଆ ତିନିଟାଙ୍କୁ ଦେଖନ୍ତୁ, ମାଆ ବିନା କେମିତି ରହିବେ ଏମାନେ । ସବା ସାନ ଝିଅଟି ବହୁତ ସାନ । ସେ କିଛି ବୁଝି ପାରୁନଥାଏ । ଖାଲି ମାଆର ଅନୁପସ୍ଥିତିକୁ ଅନୁଭବ କରୁଥାଏ । ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିତ କୋଇଲି ଥାନା କେଣ୍ଟୋଳା ଗାଁରେ । ଯାହା ସୂଚନା ରହିଛି ରାତିରେ ଶୌଚ ହେବାକୁ ଘରୁ ଟର୍ଚ୍ଚ ନେଇ ବାହାରିଗଲା ସ୍ତ୍ରୀ । କିନ୍ତୁ ଶୌଚ ହେବାକୁ କହି ଯାଇଥିବା ଲିଲି ଆସିବାରେ ବହୁତ ବିଳମ୍ବ କଲେ । ଯାହାପରେ ସ୍ୱାମୀ ନିଜେ ଯାଇ ବହୁତ ଖୋଜାଖୋଜି କଲେ । ବହୁ ଖୋଜାଖୋଜି ପରେ ଯେତେବେଳେ ସ୍ତ୍ରୀ ନମିଳିଲା ସେ କେଉଁ ଆଡେ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ସ୍ୱାମୀ । ସୂଚନା ଅନୁଯାୟୀ ତିନିଟି ଛୁଆର ମାଆ ଲିଲିକୁ ସେହି ଅଞ୍ଚଳର ଜଣେ ଯୁବକ ପ୍ରଲୋଭନ ଦେଖାଉଥିଲା । ବହୁତ ସମୟରେ ଗାଁଲୋକମାନେ ଲିଲିକୁ ଉକ୍ତ ଯୁବକଙ୍କ ସହ ଦେଖିଛନ୍ତି । ତେବେ ଲିଲି ଏହାପୂର୍ବରୁ ବି ଥରେ ଏମିତି ସ୍ୱାମୀ ଓ ଛୁଆଙ୍କୁ ଛାଡି ପଳାଇଥିଲେ । ଆଉ ଏଥର ବି ସେ ଫେରାର ହୋଇଯାଇଛନ୍ତି । ପୁଣି ସେହି ପୁଅ ସହ ଫେରାର ହୋଇଯାଇଛି ବୋଲି ନିଜେ ମଝିଆ ଝିଅ କହୁଛି । ଏହି ତିନି ଜଣ ଝିଅଙ୍କ ମଧ୍ୟରୁ ବଡ ଝିଅର ବୟସ ୧୩ ବର୍ଷ । ମଝିଆ ଝିଅର ବୟସ ୯ ବର୍ଷ ଓ ସବା ସାନ ଝିଅର ବୟସ ପାଖାପାଖି ୫ ବର୍ଷ ହେବ । କିନ୍ତୁ ଏ ପ୍ରେମ ପାଗେଳି ମାଆକୁ ଭାରି ଭଲ ଲାଗିଲା ଆଉ କିଏ । ସ୍ୱାମୀ ଭଲ ଲାଗୁନଥିଲା କି ଛୁଆ ଭଲ ଲାଗୁନଥିଲା । ସେଥିପାଇଁ ତ ମିଛରେ ଶୌଚ ଯିବା ବାହାନା କରି ଚାଲିଯାଇଛନ୍ତି ଲିଲି । ସ୍ତ୍ରୀକୁ ଅପହରଣ କରାଯାଇଛି ସନ୍ଦେହ କରି ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ତଦନ୍ତ କରି ଲିଲିଙ୍କୁ ଫେରାଇ ଆଣିବା ପାଇଁ ନିଶ୍ଚିନ୍ତକୋଇଲି ଥାନାରେ ଏତେଲା କରାଯାଇଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!