Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଶ୍ଚିମ ବଙ୍ଗର ସବୁ ସରକାରୀ ଓ ଘରୋଇ ଅଫିସ ବନ୍ଦ

by ସଞ୍ଜୟ ସ୍ୱାଇଁ
May 15, 2021
in Health, NATIONAL NEWS
ପଶ୍ଚିମ ବଙ୍ଗର ସବୁ ସରକାରୀ ଓ ଘରୋଇ ଅଫିସ ବନ୍ଦ
307
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ବଡ଼ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ । ଆସନ୍ତା କାଲିଠାରୁ ୩୦ ତାରିଖ ଯାଏ ପୂରା ରାଜ୍ୟରେ ସଂପୂର୍ଣ୍ଣ ଲକଡାଉନ ଲାଗୁ କରାଯିବ । ଲକଡାଉନ ସମୟରେ ଅର୍ଥାତ ସକାଳ ୬ ଟାରୁ ୩୦ ତାରିଖ ସନ୍ଧ୍ୟା ୬ଟା ଯାଏ ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ଘରୋଇ ଅଫିସ ବନ୍ଦ ରହିବ । କେବଳ ଜରୁରୀ ସେବା କରୁଥିବା ଅଫିସ ଗୁଡ଼ିକ ଖୋଲା ରହିବ । ଉପଯୁକ୍ତ ପରିଚୟପତ୍ର ଦେଖାଇ ଏହାର କର୍ମଚାରୀ ଯିବା ଆସିବା କରିବେ । ଜରୁରୀ ସେବାକୁ ଛାଡି ଦେଲେ ଆଉ କୌଣସି ଅଫିସ ଖୋଲି ପାରିବ ନାହିଁ । ସ୍କୁଲ ଓ କଲେଜ ମଧ୍ୟ ୩୦ ତାରିଖ ଯାଏ ବନ୍ଦ ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । କାଲିଠାରୁ ଲକଡାଉନ ଲାଗୁ କରାଯାଉଥିବାରୁ ଲୋକାଲ ଟ୍ରେନ, ମେଟ୍ରୋ ସେବା, ଆନ୍ତଃରାଜ୍ୟ ଟ୍ରେନ ଓ ବସ ଚଳାଚଳ ଠାରୁ ଆରମ୍ଭ କରି ସବୁ କିଛି ବନ୍ଦ ରହିବ । ଜରୁରୀ ସାମଗ୍ର ନେଇ ଯାଉଥିବା ଟ୍ରକକୁ ଛାଡିଦେଲେ ରାଜ୍ୟ ଭିତରକୁ ବାହାରୁ କିମ୍ବା ବାହାର ରାଜ୍ୟରୁ ପଶ୍ଚିମବଙ୍ଗକୁ କୌଣସି ଗାଡ଼ି ଆସିପାରିବ ନାହିଁ । ଘରୋଇ କାର, ଟ୍ୟାକ୍ସି ଓ ଅଟୋ ମଧ୍ୟ ରାସ୍ତାରେ ଚାଲି ପାରିବ ନାହିଁ । ସମସ୍ତ କାର୍ଯ୍ୟକଳାପ ରାତି ୯ଟାରୁ ଭୋର ୫ଟା ଯାଏ ବନ୍ଦ ରହିବ । ଏହି ସମୟରେ ଲୋକଙ୍କ ଯାତାୟତ ଓ ଗାଡ଼ି ଚଳାଚଳ କରିପାରିବ ନାହିଁ । ବ୍ୟାଙ୍କରେ ଦିନ ୧୦ଟାରୁ ଦିନ ୨ଟା କର୍ମଚାରୀମାନେ କାମ କରିପାରିବେ । ଅଯଥାରେ କେହି ବି ରାସ୍ତାକୁ ବାହାରିବେ ନାହିଁ । କ୍ଷୀର, ପନି ପରିବା, ମାଛ, ମାଂସ ଓ ରୁଟି ବିକ୍ରି କରୁଥିବା ବଜାର ଏବଂ ମାର୍କେଟ ଗୁଡ଼ିକ ସକାଳ ୭ଟାରୁ ୧୦ଟା ଖୋଲା ରହିପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!