ଭୁବନେଶ୍ୱର,(ବାଘୁଆବାର୍ତ୍ତା): ନିର୍ବାଚନ ପ୍ରଚାର ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଆହାତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସୂଚନାନୁସାରେ, ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାମାଙ୍କନ ପତ୍ର ଦାଖଲ କରି ନନ୍ଦିଗ୍ରାମରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଥିବା ବେଳେ ସେଠାରେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଯାହାଫଳରେ ମମତାଙ୍କ ପାଦରେ ଆଘାତ ଲାଗିଥିବା ବେଳେ ଅଧାରୁ ପ୍ରଚାର ବନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ଏନେଇ ନିର୍ବାଚନ କମିଶନଙ୍କୁ ମମତା ବାନାର୍ଜୀ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି । କେଉଁ ଦଳର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଟ ଜଣାପଡିନାହିଁ ।





