ନୟାଗଡ଼, (ବାଘୁଆବାର୍ତ୍ତା): ସାମ୍ବାଦିକ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା କରିଛନ୍ତି । ଏହାକୁ ନେଇ ନୟାଗଡ଼ ଜିଲ୍ଲା ସମସ୍ତ ସାମ୍ବାଦିକ ସ୍ୱାଗତ ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନାନୁସାରେ, ମହାମାରୀ କୋଭିଡ୍-୧୯ ସମୟରେ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ପାଇଁ ଦୀର୍ଘଦିନ ହେଲା ଦାବି ହେଉଥିଲା । ତେବେ ମହାମାରୀ ଦ୍ୱିତୀୟ ଲହରରେ ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ୱର ସହିତ ବିଚାର କରି ଆଜି ସାମ୍ବାଦିକ ମାନଙ୍କୁ ପ୍ରଂଶସା କରିବା ସହିତ କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ତତସହିତ କରୋନାରେ ପରଲୋକ ହୋଇଥିବା ସାମ୍ବାଦିକ ମାନଙ୍କ ପରିବାରକୁ ମୃତ୍ୟୁକାଳୀନ ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି । ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ବୈଦ୍ୟଭୂଷଣ ମହାପାତ୍ର, ପ୍ରଦୀପ୍ତ ରଥ, ଆଦର୍ଶ ପଟ୍ଟନାୟକ, ଭବାନୀଶଙ୍କର ସିଂ ସାମନ୍ତ ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି ।





