Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାଇରାଲ ପରେ ମୁହଁ ଖୋଲିଲେ ଚାନ୍ଦବାଲି ବିଧାୟକ

by ସଞ୍ଜୟ ସ୍ୱାଇଁ
July 3, 2021
in Lifestyle, State
ଭାଇରାଲ ପରେ ମୁହଁ ଖୋଲିଲେ ଚାନ୍ଦବାଲି ବିଧାୟକ
560
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କାହାରି ମୁହଁରେ ମାସ୍କ ନଥିଲା କି ସୋଶାଲ ଡିଷ୍ଟାନ୍ସ ନଥିଲା। ଖୋଲମଖୋଲା ଚାଲିଥିଲା ଡ୍ୟାନ୍ସ। ଭିଡ଼ ବି ଖଚାଖଚ୍ ଥିଲା। ଧୁମଧଡ଼କା ଡ୍ୟାନ୍ସ ଆଇଟମ୍‌ରେ ମତୁଆଲା ଥିଲେ ସମସ୍ତେ। କୋଭିଡ୍‌ କଟକଣା ନିୟମକୁ ଫୁ କରି ନାଚଗୀତରେ ମାତିଥିଲେ ସମସ୍ତେ। ଚାନ୍ଦବାଲି ବିଧାୟକ ବିବାହ ଉତ୍ସବରେ ଏମିତି ନାଚଗୀତର ଭିଡିଓ ଭାଇରାଲ ହୋଇଥିବା ସୋଶାଲ ମିଡିଆରେ ଜୋରଦାର ଚର୍ଚ୍ଚା ହୋଇଛି। ବିଧାୟକ ବ୍ୟୋମକେଶ ରାୟଙ୍କ ବିବାହ ଉତ୍ସବରେ କୋଭିଡ୍ ନିୟମର ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ ହୋଇଛି। ଗାଇଡଲାଇନ୍ ଅନୁସାରେ ୨୫ ଜଣ ଅତିଥି ବିବାହ ଉତ୍ସବରେ ରହିପାରିବେ। କିନ୍ତୁ ବିଧାୟକଙ୍କ ବିବାହରେ ଅସମ୍ଭବ ଭିଡ଼ ଥିଲା। ଆଧୁନିକ ଗୀତର ତାଳେ ତାଳେ ସଂଖ୍ୟାଧିକ ଲୋକ ନାଚିଥିବା ଭିଡିଓ ଭାଇରାଲ ହୋଇଥିଲା। ଜଣେ ଦୁଇ ଜଣଙ୍କୁ ଛାଡ଼ି ବାକି କାହାରି ମୁହଁରେ ମାସ୍କ ନାହିଁ । ଆଉ ସାମାଜିକ ଦୂରତା କଥା ପଚାରେ କିଏ ? ବିଧାୟକଙ୍କ ବିବାହରେ ଏତେ ସଂଖ୍ୟାରେ ଲୋକେ ଏକତ୍ରିତ କିପରି ହେଲେ, ତାକୁ ନେଇ ପ୍ରଶ୍ନ ଉଠିଛି। ତେବେ ବିଧାୟକ ସଫେଇ ଦେଇ କହିଛନ୍ତି ଯେ, କୋଭିଡ ନିୟମ ମାନି ବିବାହ ହୋଇଥିଲା । ସୋଶାଲ ମିଡିଆରେ ଯାହା ଭାଇରାଲ ହେଉଛି, ତାହା ଏକ ପୁରୁଣା ଭିଡିଓ। ସୂଚନା ଅନୁଯାୟୀ, ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଗତକାଲି ବୈବାହିକ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ଚିଲିକା କୂଳରେ ଥିବା ଏକ ତାରକା ହୋଟେଲରେ ଶ୍ରୀ ରାୟ ନିଜର ଜଣେ ଘନିଷ୍ଠ ରାଜନୀତିକ ସହଯୋଗୀଙ୍କ ଝିଅଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଚାନ୍ଦବାଲି ବ୍ଲକ ଘଟପୁର ଗାଁର ଅଶୋକ ବଳଙ୍କ ସାନ ଝିଅ ତଦାସା ସାଇ ଦର୍ଶିନୀ ବଳଙ୍କୁ ଗତକାଲି ପାରମ୍ପରିକ ରୀତିନୀତିରେ ବ୍ୟୋମକେଶ ବିବାହ କରିଛନ୍ତି। ଭଦ୍ରକ ବିଜେଡି ବିଧାୟକ ସଞ୍ଜିବ ମଲ୍ଲିକ ଏହି ବିବାହରେ ତଦାସାଙ୍କ ପିତା ହୋଇ କନ୍ୟାଦାନ କରିଥିବା ସୂଚନା ମିଳିଛି। ୱେଡିଂ ଡେଷ୍ଟିନେସନ ଭାବେ ପରିଚିତ ଚିଲିକାର ଏକ ତାରକା ହୋଟେଲରେ ଏହି ବିବାହ ଉତ୍ସବ ଲାଗି ରହିଥିଲା। ବିବାହ ଉତ୍ସବରେ ଉଭୟ ପରିବାରର ସଦସ୍ୟଙ୍କ ସମେତ ବିଜେଡିର କିଛି ମନ୍ତ୍ରୀ, ବିଧାୟକ ମଧ୍ୟ ସପରିବାର ହୋଟେଲରେ ଡେରା ପକାଇଥିଲେ। ୪୦ବର୍ଷୀୟ ବ୍ୟୋମକେଶଙ୍କର ଏହା ଦ୍ୱିତୀୟ ବିବାହ ହୋଇଥିବାବେଳେ ଏହି ସମାରୋହରେ ତାଙ୍କର ୫ବର୍ଷୀୟା ଝିଅ ମଧ୍ୟ ଉପସ୍ଥିତ ଥିଲେ। ବିବାହ ଉତ୍ସବରେ କୃଷିମନ୍ତ୍ରୀ ଅରୁଣ ସାହୁ ଓ ବିଧାୟକ ପ୍ରଣବ ବଳବନ୍ତରାୟ, ବିଧାୟକ ସଞ୍ଜିବ ମଲ୍ଲିକ ଆଦି ନିଜର ପରିବାର ସହ ସାମିଲ ହୋଇଥିବାବେଳେ ଅନ୍ୟ କିଛି ବିଧାୟକ ଓ ବିଜେଡି ନେତା ମଧ୍ୟ ଯୋଗ ଦେଇଥିବା ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ୨୦୧୪ ମସିହାରେ ବ୍ୟୋମକେଶ ରାୟ ଚାନ୍ଦବାଲିର ବିଧାୟକ ହେବାପରଠୁ ଅଶୋକ ବଳଙ୍କ ସହ ତାଙ୍କର ଘନିଷ୍ଠତା ବୃଦ୍ଧି ପାଇଥିଲା। ସେ ବ୍ୟୋମକେଶଙ୍କ ଘନିଷ୍ଠ ରାଜନୀତିକ ସହଯୋଗୀ ଭାବେ ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ କାର୍ୟ୍ୟ କରୁଛନ୍ତି। ଏପରିକି ବ୍ୟୋମକେଶ ଚାନ୍ଦବାଲି ଗସ୍ତବେଳେ ପ୍ରାୟ ଅଧିକାଂଶ ସମୟ ଶ୍ରୀ ବଳଙ୍କ ଘରେ ରହିଥାନ୍ତି ବୋଲି ବିଜେଡି ସୂତ୍ରରୁ ଜଣାପଡ଼ିଛି । ବ୍ୟୋମକେଶଙ୍କ ପ୍ରଥମ ପତ୍ନୀ ନୀଳିମାଙ୍କ ୨୦୨୦ ଫେବୃୟାରୀ ୩ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ନୀଳିମାଙ୍କୁ ଶ୍ରୀ ରାୟ ୨୦୧୪ ମସିହାରେ ପ୍ରେମ ବିବାହ କରିଥିଲେ ଓ ଉଭୟଙ୍କର ଏକମାତ୍ର ଝିଅ ଅଛି, ଯାହାଙ୍କ ବୟସ ଏବେ ୫ବର୍ଷ ହେବ । ତଦାସା ଗତ କିଛିମାସ ଧରି ଭୁବନେଶ୍ୱରରେ ରହୁଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!