Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାତିରେ ହାତଗଣ୍ଠି ସହ ଘୋଡାରେ ଗାଁ ପରିକ୍ରମା, ସକାଳେ ବାପ ପୁଅ ଥାନାରେ

by ସଞ୍ଜୟ ସ୍ୱାଇଁ
May 22, 2021
in Crime, State
ରାତିରେ ହାତଗଣ୍ଠି ସହ ଘୋଡାରେ ଗାଁ ପରିକ୍ରମା, ସକାଳେ ବାପ ପୁଅ ଥାନାରେ
721
VIEWS
Share on FacebookShare on Twitter

ହିଞ୍ଜିଳିକାଟୁ (ବାଘୁଆବାର୍ତ୍ତା) ବାଣ ରୋଷଣୀରେ ଘୋଡା ପିଠିରେ ବସି ବାହା ହେବାକୁ ଗଲେ ବର । ରାତିରେ ଜାକଜକମର ହେଲା ବାହାଘର । ଆଜି ସକାଳେ ବର ଓ ବୋହୂ ଘରକୁ ଫେରିବା କଥା । ହେଲା ଥାନାକୁ ଗଲା ବର । କୋଭିଡ ଗାଇଡଲାଇନ ଉଲ୍ଲଘଂନ କରିଥିବାରୁ ଗଞ୍ଜାମ ପୁଲିସ ଦୁଇ ବର ଓ ତାଙ୍କ ବାପାଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି । ପୁରା ଘଟଣାଟି ଏମିତି । ହିଞ୍ଜିଳିକାଟୁ ଦୁର୍ଗନ୍ଧ ପଞ୍ଚାୟତର ଗୋଦାରାପାଲି ଗାଁର କେ.ରାମମୂର୍ତିଙ୍କ ଦୁଇ ପୁଅ କେ.ସୁଶାନ୍ତ ଓ କେ.ବସନ୍ତଙ୍କର ଶୁକ୍ରବାର ବାହାଘର ଥିଲା । ବୈଦିକ ରୀତିନୀତିରେ ବାହାଘର ହେଲା । ବାହାଘର ପରେ ରାତିରେ ଦୁଇ ଭାଇ ଘୋଡାରେ ବସି ଗାଁ ପରିକ୍ରମା କରୁଥିଲେ । ଆଗରେ ଯାଉଥିଲା ରୋଷଣୀ ଓ ଡିଜେ ଗାଡ଼ି । ପଛରେ ଦୁଇଟି ଘୋଡାରେ ବସି ଦୁଇ ଭାଇ ବୁଲୁଥିଲେ । ସେହି ଶୋଭାଯାତ୍ରାରେ ଛୋଟ ପିଲା ଓ ମହିଳା ସାମିଲ ଥିଲେ । କାହାରି ମୁହଁରେ ମାସ୍କ ନଥିବା ଅଭିଯୋଗ ହୋଇଛି । ବିବାହ ଉତ୍ସବରେ ୩୦ରୁ ଅଧିକ ଲୋକ ସାମିଲ ଥିବା ଅଭିଯୋଗ ହେଉଛି । ଖବର ପାଇ ପୁଲିସ ଗାଁରେ ଚଢ଼ଉ କରି ବାପା କେ.ରାମମୂର୍ତି ଓ ତାଙ୍କର ପୁଅ କେ.ସୁଶାନ୍ତ ଏବଂ କେ.ବସନ୍ତଙ୍କୁ ଅଟକ ରଖିଛି । ସେହିଭଳି ହିଜିଲି ବ୍ଳକର ବଡ଼ଖଣ୍ଡି ଗାଁରେ ଚାଲିଥିବା ଏକ ଭୋଜିରେ ପୁଲିସ ଚଢ଼ଉ କରିଛି । ଶତାଧିକ ଲୋକଙ୍କ ପାଇଁ ଆୟୋଜନ ହୋଇଥିବା ଭୋଜିକୁ ଜବତ ସହ ସେଗୁଡିକୁ ହିଂଜିଲି ଏନଏସିର ଗରିବ ଲୋକଙ୍କୁ ବାଣ୍ଟି ଦିଆଯାଇଛି । ସୂଚନାରୁ ପ୍ରକାଶ, ମହାମାରୀ କରୋନା ଉଗ୍ରରୂପ ଧାରଣ କରିଛି । ପ୍ରତିଦିନ ଶହଶହ ଲୋକ ମହାମାରୀ ଜାଲରେ ପଡୁଛନ୍ତି । ଯାହାକୁ ନେଇ ରାଜ୍ୟ ସରକାର ଗାଇଡଲାଇନ ପ୍ରସ୍ତୁତ କରୁଛନ୍ତି । ହେଲେ ରାଜ୍ୟ ସରକାରଙ୍କ ଏହି ଗାଇଡଲାଇନକୁ ଖୋଲା ଉଲ୍ଲଘଂନ କରୁଛନ୍ତି କିଛି ଅମାନିଆ । ବିନା ମାସ୍କରେ ଘୋଡା ପିଠିରେ ବସି ବାଣ ରୋଷଣୀରେ ବାହା ହେବାକୁ ଯାଉଛନ୍ତି । ଯାହାଫଳରେ କରୋନା ବ୍ୟାପିବା ଆଶଙ୍କା ରହିଛି । ଏପରି ବ୍ୟକ୍ତିଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!