Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଜେଟିଭ ବରକୁ ଜବରଦସ୍ତ ବାହାଘର କରୁଥିଲେ ଘର ଲୋକ, ପହଞ୍ଚିଲେ ପ୍ରଶାସନ, ଏହାପରେ ଅବସ୍ଥା ଖରାପ

by ସଞ୍ଜୟ ସ୍ୱାଇଁ
May 21, 2021
in State
ପଜେଟିଭ ବରକୁ ଜବରଦସ୍ତ ବାହାଘର କରୁଥିଲେ ଘର ଲୋକ, ପହଞ୍ଚିଲେ ପ୍ରଶାସନ, ଏହାପରେ ଅବସ୍ଥା ଖରାପ
512
VIEWS
Share on FacebookShare on Twitter

ବ୍ରହ୍ମପୁର (ବାଘୁଆବାର୍ତ୍ତା): ବାହା ବେଦୀରେ ବର କରୋନା ପଜିଟିଭ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ୍ ପାଟପୁର ଥାନା ସସେଇପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବାହାଘର ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଚଢ଼ାଉ । ବାହା ବେଦୀରୁ ବରକୁ ଉଠାଇ ନେଲା ପୁଲିସ । ଦିନକୁ ଦିନ ସଂକ୍ରମଣ ହାର ବଢ଼ିଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ଅବଧି ଜୁନ ୧ ଯାଏଁ ବୃଦ୍ଧି କରିଛନ୍ତି । ଏଥିସହ ବାହାଘର ଭୋଜି ନିମନ୍ତେ ୫୦ ଜଣଙ୍କୁ ପୂର୍ବରୁ ଅନୁମତି ଦିଆଯାଇଥିବା ବେଳେ ବର୍ତ୍ତମାନ କେବଳ ୨୫ ଜଣଙ୍କୁ ନେଇ ଆୟୋଜନ କରାଯିବ ବୋଲି ନିର୍ଦ୍ଦେଶ ରହିଛି । ଏହାସହ ଭୋଜି ଆୟୋଜନକାରୀଙ୍କ ରିପୋର୍ଟ ନେଗେଟିଭ ଆସିଲେ ହିଁ ବାହାଘର ହୋଇପାରିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ସବୁଠୁ ବଡ଼ କଥା ହେଲା ବାହାଘର ସମୟରେ ଭୋଜି ସମ୍ପୂର୍ଣ୍ଣ ବନ୍ଦ ଓ ଅତିଥିଙ୍କୁ ଘରେ ନ ପୁରାଇବା, ଗହଳି ଚହଳି ନକରିବା ପାଇଁ ବାରଣ କରାଯାଇଥିବା ବେଳେ କେବଳ ଖାଦ୍ୟ ପାର୍ସଲ ଦେବାକୁ କୁହାଯାଇଛି । ତଥାପି ମାନୁ ନାହାଁନ୍ତି ଅମାନିଆ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସାନଖେମୁଣ୍ଡି ବ୍ଳକ ଦସେଇପୁର ଗ୍ରାମରେ । ଗାଁରେ ରାଜେନ୍ଦ୍ର ଦଣ୍ଡିଆଙ୍କ ଶୁକ୍ରବାର ବାହାଘର ଥିଲା । ତେବେ ସେ କୋରନା ଟେଷ୍ଟ କରିଥିବା ବେଳେ ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହା ସତ୍ତେ୍ୱ ଘରଲୋକ ଜୋରଜବରଦସ୍ତ ବାହାଘର କରାଉଥିଲେ । ଏ ନେଇ ଖବର ପାଇବା ପରେ ସାନଖେମୁଣ୍ଡି ବିଡିଓ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଡଃ ଶ୍ରୀନିବାସ ବେହେରା, ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ ପ୍ରମୁଖ ଗାଁରେ ପହଞ୍ଚି ବାହାଘର ବନ୍ଦ କରିଥିବା ଦେଖିବାକୁ ମିଳିଛି । ବରକୁ ବେଦୀରୁ ଉଠାଇ ନେଇ ଏକ ଘରେ ଆଇସଲେସନରେ ରଖାଯାଇଛି । କନ୍ୟା ଜଣଙ୍କ ନିକଟସ୍ଥ ଗାଁର ହୋଇଥିବାରୁ ତାଙ୍କୁ ମଧ୍ୟ ଗାଁର ଏକ ଘରେ ଆଇସୋଲେସନରେ ରଖାଯାଇଛି । ବାହାଘର ପାଇଁ ହୋଇଥିବା ଭୋଜି ଭାତକୁ ଗାଁରେ ଅଲଗା ରଖାଯାଇଛି । ବାହାଘର ବେଳେ ବରର କରୋନା ରିପୋର୍ଟ ପଜିଟିଭ ଶୁଣି କନ୍ୟା ଘରଲୋକ ଏବଂ ସମ୍ପର୍କୀୟ ଭୟରେ ଅଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!