Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବର ଯାତ୍ରୀଙ୍କ ନାଚଗୀତ କଳିକୁ ନେଇ ବୁଝାଶୁଝା କରିବାକୁ ଜାଇ ବଳି ପଡ଼ିଗଲେ କନିଆ ମା’

by ସଞ୍ଜୟ ସ୍ୱାଇଁ
May 13, 2022
in Crime, State
ବର ଯାତ୍ରୀଙ୍କ ନାଚଗୀତ କଳିକୁ ନେଇ ବୁଝାଶୁଝା କରିବାକୁ ଜାଇ ବଳି ପଡ଼ିଗଲେ କନିଆ ମା’
143
VIEWS
Share on FacebookShare on Twitter

ବରଗଡ଼, (ବାଘୁଆବାର୍ତ୍ତା): ଗାଁ ଦାଣ୍ଡରେ ପହଞ୍ଚି ସାରିଥିଲେ ବର ପକ୍ଷ । ନାଚଗୀତରେ ଦୁଲୁକୁଥିଲା ଦାଣ୍ଡ। କିଛି ସମୟ ପରେ ଆରମ୍ଭ ହୋଇଥାନ୍ତା ବାହାଘର। ବେଦୀରେ ହାତଗଣ୍ଠି ପଡ଼ିବା ପରେ ଝିଅ ଯାଇଥାନ୍ତା ଶାଶୁ ଘର। ଝିଅ ସିନ୍ଥିରେ ସିନ୍ଦୂର ଦେଖିବାକୁ କେତେ ଠାକୁରଙ୍କୁ ମନାସିଥିଲା ମା’। ହେଲେ କିଛି ମୁହୂର୍ତ୍ତରେ ସବୁ କିଛି ଓଲଟିଗଲା। ନାଚଗୀତକୁ ନେଇ ବର ଯାତ୍ରୀଙ୍କ ସହ ଗାଁର ୨ ଯୁବକଙ୍କ ପାଟିତୁଣ୍ଡ ହୋଇଥିବା ବେଳେ ବୁଝାଶୁଝା କରିବାକୁ ଯାଇ ବଳି ପଡ଼ିଗଲେ କନିଆ ମା’ । ଝିଅ ବାହାଘର ଦେଖିବା ପୂର୍ବରୁ ବୁଜିଦେଲେ ଆଖି । ହସଖୁସି ତଥା କୋଳାହଳରେ ଫାଟି ପଡ଼ୁଥିବା ପରିବେଶରେ ହଠାତ୍‌ ଛାଇଗଲା ଅସମ୍ଭବ ନୀରବତା। ଏପରି ଅଭାବନୀୟ ଘଟଣା ବରଗଡ଼ ମେଳଛା ମୁଣ୍ଡା ଥାନା ଅନ୍ତର୍ଗତ ସାଲେପାଲି ଗାଁରେ ଗତ ରାତିରେ ଘଟିଛି। ମୃତା ମହିଳାଜଣକ ହେଲେ ଯଦୁମଣି ରାଜହଂସଙ୍କ ସ୍ତ୍ରୀ କିଶୋରୀ ରାଜହଂସ । ଏହି ହତ୍ୟାକାଣ୍ଡ ଘଟାଇଥିବା ସୁମନ୍ତ ନାଏକ ,ସୁବୋଧ ରାଜହଂସ ଫେରାର ଥିବା ବେଳେ ସେମାନଙ୍କୁ ଖୋଜୁଛି ପୁଲିସ୍‌। ଗତକାଲି ଯଦୁମଣି ଓ କିଶୋରୀ ରାଜହଂସଙ୍କ ଝିଅର ଥିଲା ବିବାହ ଉତ୍ସବ। ଝିଅର ବିବାହ ବେଶ୍‌ ଜାକଜମକରେ କରିବାକୁ ସରିଥିଲା ସବୁ ପ୍ରସ୍ତୁତି। ରାତିରେ ବଡ଼ମାଲର ବର ଯାତ୍ରୀ ସାଲେପାଲି ଗାଁରେ ପହଞ୍ଚିଥିଲେ। ଦାଣ୍ଡ ଦୁଲୁକେଇ ଚାଲିଥିଲା ନାଚଗୀତ । ଏହି ସମୟରେ ନାଚଗୀତକୁ କେନ୍ଦ୍ର କରି ବରଯାତ୍ରୀଙ୍କ ସହ ସେହି ଗାଁର୍ ସୁମନ୍ତ ଏବଂ ସୁବୋଧଙ୍କ ଗଣ୍ଡଗୋଳ କରିଥିଲେ । ଏହାଦେଖି କନିଆ ମା’ କିଶୋରୀ ଘଟଣାର ସମାଧାନ କରିବାକୁ ଯାଇ ଉଭୟ ପକ୍ଷଙ୍କୁ ବୁଝାଶୁଝା କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଉଭୟ ସୁମନ୍ତ ଏବଂ ସୁବୋଧ ନିଜ ଘରକୁ ଯାଇ ଧାରୁଆ ଅସ୍ତ୍ର ଆଣି କିଶୋରୀଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ କିଶୋରୀ ଚେତାଶୂନ୍ୟ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟ ନେଇ ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ମେଲଛା ମୁଣ୍ଡା ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଜାରି ରଖିଥିବା ବେଳେ ଉଭୟ ହତ୍ୟାକାରୀ ଫେରାର ଅଛନ୍ତି । ଏହି ଘଟଣା ପରେ ସାଲେପାଲି ଗାଁରେ ଶୋକର ଛାୟା ଖେଳି ଯାଇଛି। ଯେଉଁ ଘରେ ଗତକାଲି ବନ୍ଧୁବାନ୍ଧବଙ୍କ ଭିଡ଼ ଲାଗି ରହିଥିଲା, ହସଖୁସିରେ ଫାଟି ପଡ଼ୁଥିଲା ଗାଁ ଦାଣ୍ଡ, ସେଠି ଆଜି କାହା ଆଖିରୁ ଲୁହ ଶୁଖୁନି। ଯେଉଁ ଝିଅ ଶାଶୁ ଘର ଯାଇ ନୂଆ ସଂସାର ଗଢ଼ିବ ବୋଲି ସ୍ୱପ୍ନ ଦେଖିଥିଲା, ସେ ଆଜି ମା’କୁ ହରାଇ ଆଖିରୁ ଲୁହ ଗଡ଼ୁଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!