ଚାନ୍ଦବାଲି (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅନ୍ତର୍ଗତ ମତୁ ମହାନ୍ତିସାହିରେ ବରପକ୍ଷ ତରଫରୁ କୋଭିଡ-୧୯ କଟକଣାକୁ ଫୁ କରି ଶତାଧିକ ଲୋକଙ୍କୁ ନେଇ ଚାଲିଥିଲା ବିବାହ ଭୋଜିର ଆସର । ବର୍ତ୍ତମାନ ମହାମାରୀ କରୋନାର ୨ୟ ଲହର କାୟା ବିସ୍ତାର କରିଥିବାରୁ ସଂକ୍ରମଣର ଭୟାବହତାକୁ ନେଇ ରାଜ୍ୟ ସରକାର ସାରା ରାଜ୍ୟରେ ଲକଡାଉନ ଜାରି କରିଛନ୍ତି । ଏପରିକି ବିବାହ ଉତ୍ସବରେ ମାତ୍ର ୫୦ ଜଣ ଲୋକ ସାମିଲ ହୋଇ ବିବାହ କାର୍ଯ୍ୟ ସମ୍ପନ୍ନ କରିବାର ନିୟମ ରହିଛି । ହେଲେ ମତୁ ମହାନ୍ତିସାହିର ଦୁର୍ଯ୍ୟୋଧନ ପାଣିଗ୍ରାହିଙ୍କ ଘରେ ଶତାଧିକ ଲୋକଙ୍କୁ ନେଇ ଚାଲିଥିଲା ବିବାହ ଭୋଜି । ଏନେଇ ଖବର ପାଇ ଚାନ୍ଦବାଲି ତହସିଲଦାର ଓ ଚାନ୍ଦବାଲି ଥାନା ଅଧିକାରିଣୀ ଭୋଜି ଆସରକୁ ଅଧାରୁ ବନ୍ଦ କରିବା ସହ ଦୁର୍ଯ୍ୟୋଧନ ପାଣିଗ୍ରାହୀଙ୍କ ନାଁରେ ୨୫ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି ।






