Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାକିସ୍ତାନକୁ ଧୂଳି ଚଟାଇଲା ଭାରତୀୟ ଟିମ

by ସଞ୍ଜୟ ସ୍ୱାଇଁ
September 14, 2024
in NATIONAL NEWS, Sports
ପାକିସ୍ତାନକୁ ଧୂଳି ଚଟାଇଲା ଭାରତୀୟ ଟିମ
140
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଚାଇନାରେ ଚାଲିଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫିର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ପାକିସ୍ତାନକୁ ଧୂଳି ଚଟାଇଛି ଭାରତୀୟ ହକି ଟିମ। ଆଜିର ମ୍ୟାଚ୍‌କୁ ଭାରତ ୨-୧ରେ ଜିତି ନିଜର ଅପରାଜେୟ ଧାରା ଜାରି ରଖିଛି। ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ଦଳ ସେମି ଫାଇନାଲ ଖେଳିବାକୁ ଯାଉଛି। ଭାରତକୁ ଆଜି ହରାଇବାକୁ ପାକିସ୍ତାନ ପୂରା ଚେଷ୍ଟା କରିଥିଲେ ହେଁ ତା’ର ସବୁ ଉଦ୍ୟମ ଫେଲ ମାରିଛି। ପ୍ରଥମ ମ୍ୟାଚରେ ଭାରତ ଆୟୋଜକ ଚାଇନା, ପରେ ଜାପାନ, ତୃତୀୟ ମ୍ୟାଚ୍‌ରେ ମାଲେସିୟା ଓ ୪ର୍ଥ ମ୍ୟାଚରେ କୋରିଆକୁ ଚିତ କରିଥିଲା। ଆଜି ଦଳ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାତ ଦେଇଛି। ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଟିମ ମ୍ୟାଚ୍‌ ଜିତିଥିଲେ ହେଁ ପାକିସ୍ତାନ ପକ୍ଷରୁ ଦଳକୁ କଡ଼ା ଚ୍ୟାଲେଞ୍ଜ ମିଳିଥିଲା। ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ପାକିସ୍ତାନ ପ୍ରଥମେ ଲିଡ ହାସଲ କରି ନେଇଥିଲା। ମ୍ୟାଚ୍‌ର ୮ମ ମିନିଟରେ ନଦୀମ ଅହମଦ ଗୋଲ ସ୍କୋର କରି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ହେଲେ ଭାରତ ହାର ମାନିବା ମୁଡରେ ନଥିଲା। ମ୍ୟାଚ୍‌ର ୧୩ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ହରମନପ୍ରୀତ ସିଂହ ଗୋଲରେ ପରିଣତ କରି ସ୍ଥିତି ୧-୧୧ କରି ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତ ଆଟାକିଂ ଖେଳ ଦେଖାଇଥିଲା। ୧୯ତମ ମିନିଟରେ ଦଳକୁ ପୁଣି ଏକ ପିସି ମିଳିଥିଲା। ଏଥର ମଧ୍ୟ ହରମନପ୍ରୀତ ସିଂହ କମାଲ କରିଥିଲେ। ସେ ଗୋଲ ସ୍କୋର କରିବାରୁ ଭାରତ ପ୍ରଥମଥର ପାଇଁ ମ୍ୟାଚ୍‌ରେ ଲିଡ ହାସଲ କରିଥିଲେ। ପାକିସ୍ତାନ ବାରମ୍ବାର ସ୍ଥିତି ବରାବର କରିବାକୁ ଉଦ୍ୟମ କରିଥିଲେ ହେଁ କୌଣସି ଲାଭ ମିଳି ନଥିଲା। ହାଫ ଟାଇମ ସୁଦ୍ଧା ମ୍ୟାଚ୍‌ର ସ୍ଥିତି ଭାରତ ସପକ୍ଷରେ ୨-୧ରେ ରହିଥିଲା। ତୃତୀୟ କ୍ୱାର୍ଟରରେ ପାକିସ୍ତାନ ମିଡ୍‌ ଫିଲ୍ଡରେ ଚମତ୍କାର ପ୍ରଦର୍ଶନ କରି ଭାରତର ଡି’ ଭିତରରେ ବାରମ୍ବର ପ୍ରବେଶ କରିଥିଲା। ଦଳକୁ ଏକାଧିକ ପିସି ମଧ୍ୟ ମିଳିଥିଲା। ହେଲେ ଗୋଲ କିପର କିଷନ ବାହାଦୂର ପାଠକ ଚମତ୍କାର ଢଙ୍ଗରେ ପାକିସ୍ତାନର ସବୁ ଉଦ୍ୟମରେ ପାଣି ପକାଇ ଦେଇଥିଲେ। ୪ର୍ଥ କ୍ୱାର୍ଟରରେ ଭାରତ ପାଖରେ ଗୋଲ କରିବାର ସୁଯୋଗ ରହିଥିଲା। ହେଲେ ତାଳମେଳ ଅଭାବରୁ ଏହା ସମ୍ଭବ ହୋଇ ପାରି ନଥିଲା। ଭାରତକୁ ପିସି ବି ମିଳିଥିଲା। ଏହାର ଫାଇଦା ଦଳ ଉଠାଇ ପାରି ନଥିଲା। ମ୍ୟାଚ ସରିବାକୁ ୧୦ ମିନିଟ ବାକି ଥିବା ବେଳେ ପାକିସ୍ତାନର ଅଶରଫ ରାଣା ଡି’ ମଧ୍ୟରେ ଭାରତର ଯୁଗରାଜ ସିଂହଙ୍କୁ ବିପଦଜନକ ଭାବେ ଧକ୍କା ଦେଇଥିଲେ। ଏଥିଯୋଗୁ ବେଶ କିଛି ସମୟ ଟକ୍କରାଟକ୍କରି ସ୍ଥିତି ଦେଖିବାକୁ ମିଳିଥିଲା। ରେଫରୀ ଧକ୍କା ମାରିଥିବା ରାଣାଙ୍କୁ ୧୦ ମିନିଟ ପାଇଁ ବେଞ୍ଚରେ ବସାଇଥିଲେ। ପାକିସ୍ତାନକୁ ଶେଷ ୧୦ ମିନିଟ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିବାକୁ ପଡ଼ିଥିଲା। ସେହିପରି ମ୍ୟାଚ୍‌ ସରିବାକୁ ୫ ମିନିଟକୁ କମ ସମୟ ଥିବା ବେଳେ ମନପ୍ରୀତି ସିଂହଙ୍କୁ ୟେଲୋ କାର୍ଡ ମିଳିଥିଲା। ତେଣୁ ସେ ବାକି ମ୍ୟାଚ୍‌ରେ ଆଉ ଖେଳି ପାରି ନଥିଲେ। ତଥାପି ଭାରତ ଶେଷରେ ୨-୧ରେ ପାକିସ୍ତାନକୁ ହରାଇବାକୁ ସକ୍ଷମ ହୋଇଥିଲା। ଆସନ୍ତା ୧୬ ତାରିଖରେ ସେମି ଫାଇନାଲ ଲଢ଼େଇ ହେବାକୁ ଥିବା ବେଳେ ୧୭ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!