ଓଡ଼ଗାଁ,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରୋହିବାଙ୍କଠାରେ ପାନୀୟ ଜଳ ସମସ୍ୟାକୁ ନେଇ ଆଜି ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି । ରୋହିବାଙ୍କ ନମାଣସାହିକୁ ପାନୀୟ ଜଳ ଯୋଗାଣ ବନ୍ଦ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ନୟାଗଡ଼ ଭଞ୍ଜନଗର ୨୧ ରାଜ୍ୟ ରାଜପଥକୁ ଏକ ଘଣ୍ଟା କାଳ ଅବରୋଧ କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ମୁରଲୀ ଧର ପ୍ରଧାନ ସମସ୍ୟା ସମାଧାନ କରିବାକୁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଛି ।






