Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟ ପୁଲିସର ସ୍ୱତନ୍ତ୍ର ଡ୍ରାଇଭ୍: ୩୯୮୮ଅପରାଧି ଗିରଫ୍

by ସଞ୍ଜୟ ସ୍ୱାଇଁ
March 15, 2021
in Crime, State
ରାଜ୍ୟ ପୁଲିସର ସ୍ୱତନ୍ତ୍ର ଡ୍ରାଇଭ୍: ୩୯୮୮ଅପରାଧି ଗିରଫ୍
109
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟ ପୁଲିସକୁ ମିଳିଛି ବଡ଼ ସଫଳତା । ସପ୍ତାହକ ମଧ୍ୟରେ ଗିରଫ କରିଛି ହଜାର ହଜାର ଅପରାଧି । ସୂଚନାନୁସାରେ, ଚଳିତମାସ ୭ତାରିଖ ଠାରୁ ୧୪ତାରିଖ ପର୍ଯ୍ୟନ୍ତ ରାଜ୍ୟ ପୁଲିସ ତରଫରୁ ଜାମିନ୍ ବିହୀନ ପରୱାନା ବିରୋଧରେ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ପ୍ରସ୍ତୁତ କରିଥିଲା । ଦୀର୍ଘ ଦିନ ଧରି ଅପରାଧ ଘଟାଇ ଆତ୍ମଗୋପନ କରିଥିବା ତଥା କୋର୍ଟଙ୍କ ନିର୍ଦ୍ଦେଶକୁ ଭ୍ରୁକ୍ଷେପ କରୁନଥିବା ଅପରାଧିଙ୍କ ବିରୋଧରେ ଏହି ସ୍ୱତନ୍ତ୍ର ଡ୍ରାଇଭ କାର୍ଯ୍ୟ କରିଥିଲା । ଜେନେରାଲ ରେଜେଷ୍ଟ୍ରି ଏବଂ ସେସନ ଟ୍ରାଏଲ ମାମଲାରେ ସଂପୃକ୍ତ ଥିବା ଅପରାଧିଙ୍କୁ ପୁଲିସ ପକ୍ଷରୁ ଟାର୍ଗେଟ୍ କରାଯାଇଥିଲା । ସପ୍ତାହକରେ ସମୁଦାୟ ରାଜ୍ୟରେ ୩୯୮୮ଜଣ ୱାରେଣ୍ଟିଙ୍କୁ ପୁଲିସ ଗିରଫ୍ କରିଛି । ସେଥିମଧ୍ୟରୁ ୩୩୯୫ଜଣଙ୍କୁ ଜେନେରାଲ ରେଜେଷ୍ଟ୍ରି ଏବଂ ୫୯୩ଜଣଙ୍କୁ ସେସନ ଟ୍ରାଏଲ ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସପ୍ତାହକ ଭିତରେ ଏତେ ସଂଖ୍ୟକ ଅପରାଧିଙ୍କୁ ଗିରଫ କରିବାରେ ପୁଲିସର ବଡ଼ ସଫଳତାକୁ ନେଇ ପୁଲିସ ମହାନିର୍ଦ୍ଦେଶକ ଅଭୟ ସମସ୍ତ ଜିଲ୍ଲାର ଏସପି ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୫୨, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୦୭ ଏବଂ ବାଲେଶ୍ୱର ଜିଲ୍ଲାରୁ ୨୯୮ଜଣ ଅପରାଧିଙ୍କୁ ଗିରଫ କରାଯାଇଥିବା ରାଜ୍ୟ ପୁଲିସ ମୁଖ୍ୟାଳୟରୁ ସୂଚନା ମିଳିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!