Monday, July 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କେନ୍ଦ୍ରାପଡ଼ା କଲେଜରେ ଆସି ପହଞ୍ଚିଛି ରୁଷିଆ ପ୍ରସ୍ତୁତ ଟି-୫୫ ଯୁଦ୍ଧ ଟ୍ୟାଙ୍କ

by ସଞ୍ଜୟ ସ୍ୱାଇଁ
October 17, 2021
in State
କେନ୍ଦ୍ରାପଡ଼ା କଲେଜରେ ଆସି ପହଞ୍ଚିଛି ରୁଷିଆ ପ୍ରସ୍ତୁତ ଟି-୫୫ ଯୁଦ୍ଧ ଟ୍ୟାଙ୍କ
162
VIEWS
Share on FacebookShare on Twitter

କେନ୍ଦ୍ରାପଡ଼ା, (ବାଘୁଆବାର୍ତ୍ତା): ୧୯୭୧ ମସିହା ବାଂଲାଦେଶ ସ୍ୱାଧୀନତା ସଂଗ୍ରାମରେ ବ୍ୟବହୃତ ରୁଷିଆ ପ୍ରସ୍ତୁତ ଟି-୫୫ ଯୁଦ୍ଧ ଟ୍ୟାଙ୍କ ଆଜି କେନ୍ଦ୍ରାପଡ଼ାରେ ଆସି ପହଞ୍ଚିଛି । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏହାକୁ ରଖାଯାଇଛି । କଲେଜ ପରିସରରେ ଏହା ‘ୱାର୍‌ ଟ୍ରଫି’ ଭାବେ ପ୍ରଦର୍ଶିତ ହେବ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ମିଳିଥିବା ସୂଚନା ଅନୁଯାୟୀ, ରୁଷିଆ ପ୍ରସ୍ତୁତ ଏହି ଯୁଦ୍ଧ ଟ୍ୟାଙ୍କ୍‌ଟିକୁ କେନ୍ଦ୍ରାପଡ଼ା କଲେଜକୁ ଅଣାଯିବା ପାଇଁ ବହୁ ଆଗରୁ ଉଦ୍ୟମ ହୋଇଥିଲା । ଦୀର୍ଘ ୨ ବର୍ଷର ପ୍ରଚେଷ୍ଟା ଫଳରେ ଟି-୫୫ ଟ୍ୟାଙ୍କ ଆସି ପହଞ୍ଚିଛି । ତତ୍କାଳୀନ ସେନାମୁଖ୍ୟ ଏବଂ ବର୍ତ୍ତମାନର ସେନାମୁଖ୍ୟଙ୍କ ଅନୁମତି ମିଳିବା ପରେ ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନ ତୋପଖାନା ସେବା ନିର୍ଦ୍ଦେଶାଳୟର ପ୍ରମୁଖ ଶାଖାରୁ ଏହାକୁ ଅଣାଯାଇଛି । ଟ୍ୟାଙ୍କଟି ଭାରତୀୟ ସେନାର ଦାକ୍ଷିଣାତ୍ୟ କମାଣ୍ଡ୍‌ ଅଧୀନ ମହାରାଷ୍ଟ୍ର ପୁନେର କିର୍କିଠାରେ ଥିଲା । ଏହି ଟ୍ୟାଙ୍କର ଓଜନ ୩୭ ଟନ୍‌ । ଏଥିରେ ୧୦୦ ଏମ୍‌ଏମ୍‌ କ୍ଷମତା ସମ୍ପନ୍ନ ଗୋଟିଏ ଗନ୍‌, ୭.୬୨ ଏମ୍‌ଏମ୍‌ କ୍ଷମତା ସମ୍ପନ୍ନ ୨ଟି ଗନ୍‌ ଓ ୨.୭ ଏମ୍‌ଏମ୍‌ କ୍ଷମତା ବିଶିଷ୍ଟ ଗୋଟିଏ ଗନ୍‌ ଧାରଣା କରିବାର କ୍ଷମତା ରହିଛି । ଏଥିସହ ରାତିରେ ମଧ୍ୟ ଶତ୍ରୁ ପକ୍ଷ ଉପରେ ଆକ୍ରମଣ କରିବାର ଦକ୍ଷତା ଏହା ରଖେ । ପରମାଣୁ, ଜୈବିକ ଓ ରସାୟନିକ ବିସ୍ଫୋରଣଠାରୁ ଏହା ସୁରକ୍ଷିତ ବୋଲି ସୂଚନା ମିଳିଛି । ଏହି ଟ୍ୟାଙ୍କ୍‌ ୧୯୭୧ ମସିହା ଯୁଦ୍ଧରେ ୫୮ଟି ପାକିସ୍ତାନୀ ଯୁଦ୍ଧ ଟ୍ୟାଙ୍କକୁ ଧ୍ୱଂସ କରିଥିଲା । ୧୯୬୦ ମସିହାରୁ ୧୯୮୦ ମସିହା ମଧ୍ୟରେ ଏହା ପାକିସ୍ତାନୀ ସେନା ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା । ଏହା ୧୯୬୮ ମସିହାରେ ଭାରତୀୟ ସେନାରେ ସାମିଲ ହୋଇଥିବା ବେଳେ ୨୦୧୧ ମସିହା ପର୍ୟ୍ୟନ୍ତ କାର୍ୟ୍ୟକ୍ଷମ ଥିଲା । ଏହି ଟ୍ୟାଙ୍କ ଦୀର୍ଘ ୪୦ ବର୍ଷ ଧରି ଭାରତୀୟ ସେନାକୁ ନିରବଛିନ୍ନ ଭାବେ ସେବା ଯୋଗାଇ ଦେଇଆସିଛି । ଏହାର ଲମ୍ବ ୨୭.୬ ଫୁଟ୍‌, ଚଉଡ଼ା ୧୦.୮ ଫୁଟ୍‌ ଓ ଉଚ୍ଚତା ୯ ଫୁଟ୍‌ । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ କହିବା ମୁତାବକ, ଏହି ଯୁଦ୍ଧ ଟ୍ୟାଙ୍କରୁ ୧୯୭୧ ମସିହା ବାଂଲାଦେଶ ମୁକ୍ତି ସଂଗ୍ରାମ ବାବଦରେ ଛାତ୍ରଛାତ୍ରୀମାନେ ଶିକ୍ଷା ପାଇବେ । ଯୁଦ୍ଧ ବାବଦରେ ପ୍ରତ୍ୟକ୍ଷ ଅନୁଭବ ସାଉଁଟି ପାରିବେ । ଟି-୫୫ ଟ୍ୟାଙ୍କ ୧୯୭୧ ମସିହା ବାଂଲାଦେଶ ମୁକ୍ତି ସଂଗ୍ରାମରେ ସାମିଲ ହୋଇ ପାକିସ୍ତାନକୁ ହରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲା । ତେଣୁ ଏହି ଟ୍ୟାଙ୍କକୁ ଗର୍ବ ଓ ସମ୍ମାନର ପ୍ରତୀକ ଭାବେ ବିବେଚନା କରାଯାଇଆସୁଛି । ଟ୍ୟାଙ୍କକୁ ଆଣିବା ପାଇଁ କଲେଜକୁ ୧ ଲକ୍ଷ ୧୪ ହଜାର ଟଙ୍କା ଜମା କରିବାକୁ ପଡ଼ିଛି । ସେହିପରି କଲେଜରେ ନିର୍ମିତ ଏକ କଂକ୍ରିଟ ପିଣ୍ଡିରେ ଏହାକୁ ରଖାଯିବ । ଏହାକୁ ସୁରକ୍ଷିତ ରଖିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏଥିପାଇଁ ପ୍ରାୟ ଅଢ଼େଇରୁ ୩ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ୱାର ଟ୍ରଫିକୁ କଲେଜକୁ ଆଣିବା ପାଇଁ ଅଦ୍ୟାବଧି ୨ ଲକ୍ଷ ୮୧ ହଜାର ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ଏବେ ଏହି ଟ୍ୟାଙ୍କଟି ଭାରତୀୟ ସେନାରେ କାମରେ ଲାଗୁନାହିଁ । ଏହି ଟ୍ୟାଙ୍କ କଲେଜର ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ସେନାରେ ଯୋଗଦେବା ଦିଗରେ ପ୍ରେରଣାର ପ୍ରମୁଖ ମାଧ୍ୟମ ସାଜିବ ବୋଲି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!