ଭୁବନେଶ୍ବର , (ବାଘୁଆବାର୍ତ୍ତା): ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ବଢାଇଛନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମୁଖ୍ୟ ଶାସନ ସଚିବ, ଡିଜିଙ୍କ ସହ ଆଲୋଚନା କରିଛନ୍ତି । ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଯେଉଁଠି ଯେଉଁଠି କେନ୍ଦ୍ର ସରକାରଙ୍କ ସଂସ୍ଥାପନ ଅଛି ଚାନ୍ଦିପୁର, ହୀରାକୁଦ, ସଇଁତଳା ଗୋଳାବାରୁଦ କାରଖାନା ଭଳି ସ୍ଥାନରେ ସୁରକ୍ଷା ବଢ଼ାଯାଇଛି । ରାଜ୍ୟରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡିକରେ ଯାଞ୍ଚ ଏବଂ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଏଇଟା ଟ୍ରେଲର, ଫିଲ୍ମ ବାକି ଅଛି । ଆତଙ୍କବାଦ ବିରୋଧରେ ଏଇଟା ଶେଷ ଲଢେଇ ବୋଲି ସୁରେଶ ପୂଜାରୀ କହିଛନ୍ତି ।