ମୁମ୍ବାଇ, (ବାଘୁଆବାର୍ତ୍ତା): ଆଜି ମହାରାଷ୍ଟ୍ରର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଭାରତ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ କ୍ରିକେଟ୍ ବିଶ୍ବକପ୍ ସେମି-ଫାଇନାଲ୍ ମ୍ୟାଚ୍ ହେବା ପୂର୍ବରୁ ‘ଏକ୍ସ୍’ରେ ମୁମ୍ବାଇ ପୁଲିସ ନିକଟକୁ ଧମକ ବାର୍ତ୍ତା ଆସିଛି । ଗୋଟାଏ ପିସ୍ତଲ, ହାତ ଗ୍ରେନେଡ୍ (ବୋମା) ଓ ଗୁଳି ଫଟୋ ସମେତ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ ହୋଇଥିବା ଏହି ଧମକ ବାର୍ତ୍ତାରେ ମୁମ୍ବାଇ ପୁଲିସକୁ ‘ଟ୍ୟାଗ୍’ କରାଯାଇଛି। ବାର୍ତ୍ତାରେ ଲେଖା ଯାଇଛି: ମ୍ୟାଚ୍ ବେଳେ ନିଆଁ ଲଗାଇ ଦେବୁ। ଧମକ ଦେଇଥିବା ବ୍ୟକ୍ତି ବାବଦରେ କୌଣସି ସୁରାକ ମିଳୁଥିବାରୁ ଏହି ଧମକ ସତ ବୋଲି ନିଶ୍ଚିତ ନଥିବାବେବେଳେ ଷ୍ଟାଡିୟମର ଚାରିପଟେ ମୁମ୍ବାଇ ପୁଲିସ ଖେଳାଳି, ଓ ଦର୍ଶକଙ୍କ ପାଇଁ ସୁରକ୍ଷାକୁ ଆହୁରି କଡାକଡି କରିଛି ।






