ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଆଗକୁ ଆସୁଛି ନିର୍ବାଚନ । ତା’ପୂର୍ବରୁ ୫ଟି ରାଜ୍ୟରେ ନିର୍ବାଚନ ହେବା ନେଇ ଆସନ୍ତା ଫେବୃୟାରୀ ୧୫ତାରିଖରେ ନିର୍ବାଚନ ତାରିଖ ଘୋଷଣା କରାଯିବା ନେଇ ସୂଚନା ମିଳିଛି । ଏହାକୁ ନେଇ ନିର୍ବାଚନ କମିଶନର ଭୋଟିଂ ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅ ଳ ଗସ୍ତ କରି ସେଠାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି । ତେବେ ବିଭିନ୍ନ ଅ ଳ ଗସ୍ତ କରି ସମୀକ୍ଷା ସରିବା ପରେ ଫେବୃୟାରୀ ୧୫ରେ ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ପୁଣ୍ଡୁଚେରୀ ଓ ଆସାମ ରାଜ୍ୟରେ ଫେବୃୟାରୀ ଶେଷ କିମ୍ବା ମାର୍ଚ୍ଚ ପ୍ରଥମରୁ ନିର୍ବାଚନ ହେବାକୁ ନେଇ ତାରିଖ ଘୋଷଣା ହେବ ବୋଲି ସୂଚନା ମିଳିଛି ।





