Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦଣ୍ଡୋର ଜିତୁନ୍ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

by ସଞ୍ଜୟ ସ୍ୱାଇଁ
June 16, 2025
in Feature News
ଦଣ୍ଡୋର ଜିତୁନ୍ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
161
VIEWS
Share on FacebookShare on Twitter

ଓଡ଼ଗାଁ,(ବାଘୁଆବାର୍ତ୍ତା): ଓଡ଼ିଶାର ଗଣପର୍ବ ରଜପର୍ବ ଉପଲକ୍ଷେ ଦଣ୍ଡୋର ଗ୍ରାମର ରାଇଜିଙ୍ଗ୍ କ୍ଳବ ଦ୍ୱାରା ଆୟୋଜିତ ଜିତୁନ୍ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି।ଏଥିରେ ଦଣ୍ଡୋର, ନବରତ୍ନପୁର, ପାଇକପନ୍ତିଖାରୀ ଓ ଗୋଡିପଲ୍ଲୀର ଭଲକାନୋ କ୍ଳବ, ସାଇଲେଣ୍ଟ୍ ସ୍ପିକର, ଟିମ୍ ଆଚିଭର ଓ ସସପେନ୍ସ ବାରିୟର ଚାରୋଟି ଦଳ ମଧ୍ୟରେ ପ୍ରତିଯୋଗିତା କରାଯାଇ ରମେଶ ବେହେରାଙ୍କ ତତ୍ତ୍ୱାବଧାନରେ ଆଜି ଫାଇନାଲ ମ୍ୟାଚ ଭଲକାନ୍ ଫୋର୍ସ ଓ ସସପେନ୍ସ ବାରିୟର ଦୁଇ ଦଳର କ୍ୟାପଟେନ୍ ସୁଶାନ୍ତ ବେହେରା ଓ ଆଶୀର୍ବାଦ ବେହେରାଙ୍କ ଦଳମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ମ୍ୟାଚରେ ସ୍ଥାନୀୟ ସରପଞ୍ଚ ବିଜନ କୁମାର ପାଇକରାୟ ମୁଖ୍ୟ ଅତିଥି ଦିବାକର ପଣ୍ଡା, ଶରତ କୁମାର ବିଶ୍ୱାଳ, ଗଣେଶ୍ୱର ଦାସ, ବିଭୁ ସାର, ପ୍ରଣତ କୁମାର ବିଶୋଇ ଓ ରଞ୍ଜନ କୁମାର ରାଉତ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଆଜିର ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଶିକ୍ଷକ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା ଓ ସ୍ୱତନ୍ତ୍ର ଅତିଥି ରୂପେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରଞ୍ଜନ କୁମାର ଦାଶ ଉପସ୍ଥିତ ଥିଲେ । ଆଜିର ଖେଳ ବେଶ୍ ଚିତାକର୍ଷକ ଥିଲା। ବିଜେତା ଦଳ ସସପେନ୍ସ ବାରିୟର ଓ ରନର୍ସ ଅପ୍ ଭଲକାନୋ ଫୋର୍ସ ଦଳକୁ ସିଲ୍ ,ଟ୍ରଫି ଓ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ସମୟରେ ମୋବାଇଲ ଫୋନର ବ୍ୟବହାର ଅଧିକ ହେବାରୁ ବିଭିନ୍ନ ରୋଗକୁ ଆମେ ସ୍ୱାଗତ କରୁଛେ। ଆଉ ଗାଁ ଗହଳିରେ ପୂର୍ବ ପରି ଖେଳ ହେଉନାହିଁ ବର୍ତ୍ତମାନ ପରିସ୍ଥିତିରେ ଭଲିବଲ, ଫୁଟବଲ ଖେଳର ଆବଶ୍ୟକତାକୁ ଗୁରୁତ୍ୱ ଦେବାପାଇଁ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏଭଳି କାର‌୍ୟ୍ୟକ୍ରମକୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ। ରାଇଜିଙ୍ଗ୍ କ୍ଳବର ସଭାପତି ହରେକୃଷ୍ଣ ପଣ୍ଡା ସମ୍ପାଦକ ଯୁଗଳ କିଶୋର ବାଡ଼ତିଆ,ଉପଦେଷ୍ଟା ଆନନ୍ଦ ଚନ୍ଦ୍ର ବାଡ଼ତିଆ ,ରଞ୍ଜନ ପରିଡ଼ା, ଆଶୀର୍ବାଦ ବେହେରା, ରମେଶ ବେହେରାଙ୍କ ସହଯୋଗ ଫଳରେ ଏ ଟୁର୍ଣ୍ଣାମେଣ୍ଟ ସଫଳ ଭାବରେ ଅନୁଷ୍ଠିତ ହୋଇଛି। ସୁମିତ କୁମାର ରାଉତ, ଆଶିଷ ପରିଡ଼ା, ତନ୍ମୟ ପଣ୍ଡା,ସୁଶାନ୍ତ ବେହେରା ସହଯୋଗ କରିଥିଲେ। ଆସନ୍ତା ବର୍ଷ ରଜରେ ଖେଳରେ କିପରି ଆହୁରି ଅଧିକ ଦଳ ଭାଗନେବେ ସେଥିପାଇଁ ସମସ୍ତେ ସହମତି ଜଣେଇଥିଲେ।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!