Wednesday, February 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏକଦିବସୀୟ ଆନ୍ତଃଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଇଟାମାଟି ଚାମ୍ପିୟାନ

by ସଞ୍ଜୟ ସ୍ୱାଇଁ
March 22, 2021
in Nayagarh
ଏକଦିବସୀୟ ଆନ୍ତଃଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଇଟାମାଟି ଚାମ୍ପିୟାନ
492
VIEWS
Share on FacebookShare on Twitter

ଓଡ଼ଗାଁ,(ବାଘୁଆବାର୍ତ୍ତା): ସ୍ଥାନୀୟ ବୈଦେହୀଶ ପାଠାଗାର ଆନୁକୂଲ୍ୟରେ ଏକଦିବସୀୟ ଆନ୍ତଃଜିଲ୍ଲା ଭଳିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି ।ନୟାଗଡ଼ଜିଲ୍ଲାର ଆଠଟି ଦଳ ଯଥା- ଆଙ୍ଗିସିଙ୍ଗି ,ବଡ଼ଗୋରଡ଼ା,ଇଟାମାଟି,କଣ୍ଟିଲୋ,ବାଉଁଶିଆପଡା ,ମାଳିସାହି ,ରଣପୁର ଏବଂ ଓଡ଼ଗାଁ ଆଦି ଟୁର୍ଣ୍ଣାମେଣ୍ଟରେ ଭାଗନେଇଥିଲେ ।ନକଆଉଟ ଜରିଆରେ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ବାଉଁଶିଆପଡା ଏବଂ ଇଟାମାଟି ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।ଯେଉଁଥିରେ ୩-୨ ସେଟରେ ଇଟାମାଟି ଦଳ ,ବାଉଁଶିଆପଡାକୁ ପରାସ୍ତ କରି ଚାମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ ।ନିଜର ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ଇଟାମାଟି ଦଳର ଜିତଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଟ୍ରଫି ପ୍ରଦାନ କରାଯାଇଥିବାବେଳେ ଚାମ୍ପିୟନ ଇଟାମାଟି ଦଳକୁ ଟ୍ରଫି ସମେତ ୩୦୦୦ ଟଙ୍କା ନଗଦ ଅର୍ଥ ରାଶି ଏବଂ ରନର୍ସ ଅଫ ବାଉଁଶିଆପଡା ଦଳକୁ ୨୦୦୦ ଟଙ୍କା ସମେତ ଟ୍ରଫି ପ୍ରଦାନ କରାଯାଇଥିଲା।ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ମୁଖ୍ୟଅତିଥିଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିରୁପେ ତହସିଲଦାର ବିଜୟିତା ସାମନ୍ତସିଂହାର,ବ୍ଲକ ଉନ୍ନୟନ ଅଧିକାରୀ ସ୍ୱାତୀଲେଖା ଦାସ ,ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ପ୍ରଜ୍ଞାପାରମିତା ଜେନା ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ବଳରାମ ପ୍ରଧାନ ଏବଂ ବନଖଣ୍ଡ ଅଧିକାରୀ ଅମ୍ରିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ରାଜ୍ୟସ୍ତରୀୟ ରେଫରି ମାନସ ମହାପାତ୍ର ଏବଂ ମଣ୍ଟୁ ଖେଳ ପରିଚାଳନା କରିଥିଲେ।ଅନୁଷ୍ଠାନର ସଭାପତି ଲୋକନାଥ ସାହୁ ,ସମ୍ପାଦକ ବିଭୁ ପ୍ରସାଦ ସାହୁ,ଆର.ଏ.ଏ ସମ୍ପାଦକ ଦିବାକର ନାୟକ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିବାବେଳେ ବିଜନ ପାଇକରାୟ , ଆଲୋକ କୁମାର ସାହୁ ,ପ୍ରକାଶ ପାଣିଗ୍ରାହୀ ,ବିକାଶ ପଳେଇ ,ଦେବାଶିଷ ସାମନ୍ତରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!