ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ କ୍ଲବ ଦ୍ୱାରା ଆୟୋଜିତ ଭଏସ୍ ଅଫ୍ ନୟାଗଡ଼ ସିଜିନ୍-୨ର ସେମି ଫାଇଲାନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରୋଟାରୀ କ୍ଲବଠାରେ ଅନୁଷ୍ଠିତ ଆଜିର ପ୍ରତିଯୋଗୀତାରେ ୩୧ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ଦଶ ଜଣ ପ୍ରତିଯୋଗୀଙ୍କୁ ଶେଷ ପର୍ଯ୍ୟାୟକୁ ଉତ୍ତିନ୍ନ ହୋଇଛନ୍ତି । ଆଜିର ବିଚାରକଭାବେ ସଂଗୀତ ନିର୍ଦ୍ଦେଶକ ବିଦ୍ୟାଧର ସାହୁ, ସୁଦାମ ପାଳ ଓ ସଂଗୀତଜ୍ଞ ସୁଧିର ମହାନ୍ତି ଯୋଗ ଦେଇଥିଲେ । ପ୍ରାରମ୍ଭରୁ ଗତବର୍ଷର ବିଜେତା ଓମ୍ ପ୍ରକାଶ ମହାରଣାଙ୍କର କ୍ୟାସେଟ୍ ‘ପ୍ରେମୀ ଦ୍ୱିୱାନା’ ଓ ପ୍ରୟତ୍ ଆତ୍ମା ରଥଙ୍କର ‘ହୃଦୟ’ ଆଲ୍ବମ୍ ରିଲିଜ୍ କରାଯାଇଥିଲା ।୧୪ରୁ ୨୫ ବର୍ଷ ବୟସ ସୀମା ମଧ୍ୟରେ ନୟାଗଡ଼ ଜିଲ୍ଲାର କଂଣ୍ଠଶୀଳ୍ପିମାନେ ପ୍ରତିଯୋଗିାତରେ ଅଂଶ ଗ୍ରହଣ କରି କେବଳ ଓଡ଼ିଆ ସଂଗୀତ ପରିବେଷଣ କରିଥିଲେ । ସେଥିମଧ୍ୟରେ ଅନେକ ଭଜନ, ଦେଶାତ୍ମବୋଧକ ଓ ଆଧୁନିକ ସଂଗୀତ ରହିଥିବା ବେଳେ ବହୁ ପୁରୁଣା ଚଳଚିତ୍ରର ଗୀତ ମଧ୍ୟ ପରିବେଷଣ କରିଥିଲେ । ସାଂଗଠନିକ କମିଟି ଅଧ୍ୟକ୍ଷ ଧିରେନ୍ଦ୍ର ପଟ୍ଟନାୟକ, କ୍ଲବ ସଦସ୍ୟ ପ୍ରବୀର କୁମାର ପୃଷ୍ଟି, ଲକ୍ଷ୍ମୀନାରାୟଣ ରଥ, ପ୍ରସନ୍ନ କୁମାର ବସନ୍ତିଆ, ହିମାଶୁଂ ପଟ୍ଟନାୟକ, ମିହିର ରଂଜନ ନାୟକ, ସ୍ୱଦେଶ ରଥ ପ୍ରମୂଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।





