ଶେଖ୍ ତୈାଫିକ୍ ଅଲ୍ଲୀ ରନର୍ସ ଅଫ
ନୟାଗଡ଼, (ବାଘୁଆବାର୍ତ୍ତା) : ଚଳିତ ବର୍ଷ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବରକୋଳି ଗ୍ରାମର ମାତା ପୁଷ୍ପଲତା ସ୍ୱାଇଁ ପିତା ରାଜକିଶୋର ସ୍ୱାଇଁଙ୍କ ଝିଅ ମୋନାଲିସା ସ୍ୱାଇଁ ସୁର ଓ ସଂଗୀତ ମୁର୍ଚ୍ଚନା ଭଏସ୍ ଅଫ ନୟାଗଡ଼ ସିଜିନ-୨ର ବିଜେତା ଘୋଷିତ ହୋଇ ନୟାଗଡ଼ ପାଇଁ ଗର୍ବ ଓ ଗୈାରବ ପାଲଟିଛନ୍ତି । ତାଙ୍କୁ ଆୟୋଜକଙ୍କ ତରଫରୁ ଟ୍ରଫି ସହ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ଏଥିସହିତ ଆଜିର ପ୍ରତିଯୋଗୀତାରେ ନୟାଗଡ଼ ସିନ୍ଦୁରିଆ ଗ୍ରାମର ହାସିନା ବିବି ଏବଂ ଶେଖ୍ ସାୟଦ୍ ଅଲ୍ଲୀଙ୍କ ପୁଅ ଶେଖ୍ ତୈାଫିକ୍ ଅଲ୍ଲୀ ରନର୍ସ ଅଫ ଘୋଷିତ ହେବା ସହ ୫ ହଜାର ଟଙ୍କାର ପୁରସ୍କାର ଲାଭ କରିଛନ୍ତି ।






