Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟିକା ନିଅନ୍ତୁ ସୁସ୍ଥ ରୁହନ୍ତୁ, ଅସହାୟଙ୍କୁ ସହାୟ ପାଇଁ ଆଗେଇ ଆସନ୍ତୁ : ବିରାଟ

by ସଞ୍ଜୟ ସ୍ୱାଇଁ
May 10, 2021
in Health, NATIONAL NEWS, Sports
ଟିକା ନିଅନ୍ତୁ ସୁସ୍ଥ ରୁହନ୍ତୁ, ଅସହାୟଙ୍କୁ ସହାୟ ପାଇଁ ଆଗେଇ ଆସନ୍ତୁ : ବିରାଟ
162
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ସାରା ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଏସବୁ ମଧ୍ୟରେ ଟିକା କରଣ ପ୍ରକ୍ରିୟାକୁ ବ୍ୟାପକ କରାଯାଉଛି । ଏହାରି ମଧ୍ୟରେ ସୋମବାର ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଟିକା ନେଇଛନ୍ତି । ଏନେଇ ବିରାଟ ନିଜେ ଇନଷ୍ଟଗ୍ରାମରେ ସୂଚନା ଦେଇଛନ୍ତି । କରୋନା ଟିକା ନେବା ସହିତ ଦେଶବାସୀଙ୍କୁ ଟିକା ନେବାକୁ ଅପିଲ କରିଛନ୍ତି ବିରାଟ । ବିରାଟ ନିଜ ଇନଷ୍ଟଗ୍ରାମରେ ଲେଖିଛନ୍ତି ଯେ, ‘ଯେତେଶୀଘ୍ର ସମ୍ବବ ଟିକା ନେଇ ଯାଅ, ସମସ୍ତେ ସୁସ୍ଥ ରୁହ’ । ଅନ୍ୟପଟେ ଟିମ ଇଣ୍ଡିଆର ଷ୍ଟାର ପେସ ବୋଲର ଈଶାନ୍ତ ଶର୍ମା ଓ ତାଙ୍କ ଧର୍ମ ପତ୍ନୀ ଟିକା ନେଇ ସାରିଛନ୍ତି । ସେହିପରି ଗତ ସପ୍ତାହରେ ଉମେଶ ଯାଦବ, ଆଜିଙ୍କ୍ୟ ରାହାଣେ, ଶିଖର ଧାୱନ ଟିକାର ପ୍ରଥମ ଡୋଜ ନେଇ ସାରିଛନ୍ତି । ଭାରତରେ କରୋନା ସଂକ୍ରମଣ ବୃଦ୍ଧିପାଉଥିବାରୁ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମା । ଲୋକମାନଙ୍କୁ ଅପିଲ କରି ବିରୁଷ୍କା କହିଥିଲେ, ଯଥା ସମ୍ଭବ ଅସହାୟ ମାନଙ୍କୁ ଏହି ସମ୍ବେଦନଶୀଳ ସମୟରେ ସାହାଯ୍ୟ କରିବାକୁ ସମସ୍ତେ ଆଗେଇ ଆସନ୍ତୁ । ଉଭୟ ୨ କୋଟି ଟଙ୍କାର ସହାୟତା ଦେବା ସହିତ ଅନ୍ୟମାନେ ମଧ୍ୟ କିଛି କିଛି ଦାନ କରନ୍ତୁ ବୋଲି ଅପିଲ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!