Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅପହଞ୍ଚ ଆଦିବାସୀ ଗାଁ ତାମୁଣ୍ଡି ଏବଂ ଭିରୁଡ଼ା

by ସଞ୍ଜୟ ସ୍ୱାଇଁ
July 27, 2021
in Feature News
ଅପହଞ୍ଚ ଆଦିବାସୀ ଗାଁ ତାମୁଣ୍ଡି ଏବଂ ଭିରୁଡ଼ା
146
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଚଡ଼େୟାପଲ୍ଲୀ ପଞ୍ଚାୟତର ଏକ ଅପହଞ୍ଚ ଆଦିବାସୀ ଗାଁ ହେଉଛି ତାମୁଣ୍ଡି ଏବଂ ଭିରୁଡ଼ା । ଏହି ଦୁଇ ଗାଁର ଲୋକ ବାହାର ଦୁନିଆ ଦେଖିବାକୁ ୭ କିମି ଜଙ୍ଗଲ ପାଦଚଲା ରାସ୍ତା ଅତିକ୍ରମ କରିଥାନ୍ତି । ଗଛ, ପତ୍ର ସୁ ସୁ ଗର୍ଜ୍ଜନ ଏବଂ ବନ୍ୟଜନ୍ତୁଙ୍କ ଚିତ୍କାର ଶଦ୍ଦରେ ଗ୍ରାମର ତାମୁଣ୍ଡି ଗ୍ରାମର ୩୦ ପରିବାର ଏବଂ ଭିରୁଡ଼ା ଗ୍ରାମର ୧୬ ପରିବାର କାହିଁ କେଉଁ କାଳରୁ ଜୀବନ ବିତାଉଛନ୍ତି । ତାମୁଣ୍ଡିଠାରୁ ଭିରୁଡ଼ା ମଧ୍ୟରେ ଏକ କିଲୋମିର ବ୍ୟବଧାନ ଥିବା ବେଳେ ଉଭୟ ଗ୍ରାମବାସୀ ମୈାଳିକ ସୁବିଧା ପାଇବାରୁ ସଦା ସର୍ବଦା ବଞ୍ଚିତ । ଚାଷ କାମ ସହ ଖଲି ସିଇବା ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ଏମାନଙ୍କ ମୁଖ୍ୟ ଜୀବିକା । ଗାଁର ମହିଳାମାନେ ଜଙ୍ଗଲରୁ ଶିଆଳି ଓ ଶାଳ ପତ୍ର ସଂଗ୍ରହ କରି ଖଲି ସିଲାଇ କରନ୍ତି । ଚାଷ ବାଷ କରିବା ପାଇଁ ମଧ୍ୟ ଜଳଯୋଗାଣର କୈାଣସି ସୁବିଧା ନଥିବା ବେଳେ ପିଇବା ପାଣି ପାଇଁ ଏହି ପରିବାର ଗୁଡ଼ିକ ନାହିଁ ନଥିବା ହଇରାଣ ହେଉଥିବା ଜଣାଯାଇଛି ।

ଗାଁ ନିକଟସ୍ଥ ଝରଣା ଏବଂ ଗ୍ରାମରେ ଥିବା ଏକ କାଠଚୂଆରୁ ପିଇବା ପାଣି ସଂଗ୍ରହ କରିଥାନ୍ତି । ଜଙ୍ଗଲରୁ ମିଳୁଥିବା ଖାଦ୍ୟ ଏବଂ କାଠଚୂଆ ପାଣିରେ ଏମାନଙ୍କ ଜୀବନ ବିତୁଥିବା ଜଣାଯାଇଛି । କାହାର ସ୍ୱାସ୍ଥ୍ୟ ଖରାପ ହେଲେ ଦୋଳା ସାହାର୍ଯ୍ୟରେ ବାଣିଗୋଚ୍ଛା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନତୁବା ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପଡ଼ିଥାଏ । ସବୁଠାରୁ ବିସ୍ମୟକର ତଥା ହାସ୍ୟସ୍ପଦ କଥା ହେଉଛି କି ଏହି ଗ୍ରାମକୁ ସରକାର ବାହ୍ୟ ମଳମୁକ୍ତ ଗ୍ରାମଭାବେ ଘୋଷଣା କରିଛନ୍ତି । ଏଥିପାଇଁ ଗାଁଠାରୁ ୭ କିମି ଦୂର ଚଡ଼େୟାପଲ୍ଲୀ ନିକଟରେ ବାହ୍ୟ ମଳମୁକ୍ତ ଫଳକ ମଧ୍ୟ ଲଗାଯାଇଛି । ମାତ୍ର ସରକାରଙ୍କ ଦ୍ୱାରା ପ୍ରଦ୍ଦତ ଗୋଟିଏ ବି ପାଇଖାନା ଗାଁରେ ନିର୍ମାଣ କରାଯାଇନଥିବା ଜଣାଯାଇଛି । ଗ୍ରାମବାସୀଙ୍କ ପାଇଁ ଆବାସ ଯୋଜନା ସାତ ସପନ । ଚାଳ ଛପର କଚା ଘରେ ସବୁ ଆଦିବାସୀ ଲୋକ ଜୀବନ ଯାପନ କରୁଛନ୍ତି । ଗାଁକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ଆସି ନଥିବା ଜଣାଯାଇଛି । ଗ୍ରାମବାସୀଙ୍କ ପାଇଁ ଯୋଗାଇ ଦିଆଯାଇଥିବା ସୋଲାର ପ୍ରକଳ୍ପ କାହିଁ କେଉଁ କାଳରୁ ଅଚଳ ହୋଇପଡ଼ିଥିବା ବେଳେ ଡିବିରି ଆଲୁଅ ଭରସା ପାଲଟିଛି । ଗ୍ରାମର ଶିକ୍ଷା ପାଇଁ କୈାଣସି ବ୍ୟବସ୍ଥା ନାହିଁ । ଶିକ୍ଷା ପାଇଁ ଚଡ଼େୟାପଲ୍ଲୀ ଅଙ୍ଗନବାଡ଼ି କିମ୍ବା ବିଦ୍ୟାଳୟ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଗାଁ ଉନ୍ନତୀ ପାଇଁ ଏକ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରୁଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!